ବରିଷ୍ଠ ସହାୟକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଜିଲ୍ଲା କୃଷି କାର୍ଯ୍ୟାଳୟର ବରିଷ୍ଠ ସହାୟକ ପୂର୍ଣ୍ଣଚନ୍ଦ୍ର ବେହେରା ଚାକିରୀ ଜୀବନରୁ ଅବସର ନେଇଛନ୍ତି। ଜିଲ୍ଲା କୃଷି କାର୍ଯ୍ୟାଳୟ ନର୍ଲା ତରଫରୁ ତାଙ୍କୁ ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି। ନର୍ଲା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶୁଭେନ୍ଦୁ କରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସମ୍ୱର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ ବେହେରା ଯୋଗଦାନ କରି ଶ୍ରୀ ବେହେରାଙ୍କ ଅବସରରେ କଳାହାଣ୍ଡି ଜିଲ୍ଲା କୃଷି ବିଭାଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେବ। ତାଙ୍କର ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠ, ମେଳାପି ସ୍ଵଭାବ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏହାପରେ ବିଦାୟୀ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ଶ୍ରୀ ଗଣେଷ ପ୍ରତୀକ ଓ ମାନପତ୍ର ଦେଇ ଅତିଥି ବୃନ୍ଦ ସମ୍ୱର୍ଦ୍ଧିତ କରିଥିଲେ। ନର୍ଲା ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ କୃଷି ଅଧିକାରୀ କୁମାର ଚିରଞ୍ଜିବୀ ମଞ୍ଚ ସଂଯୋଜନା କରିଥିଲେ। ସହକାରୀ କୃଷି ଅଧିକାରୀ ପ୍ରବୀଣ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲା କୃଷି କାର୍ଯ୍ୟାଳୟ ନର୍ଲା ଅଧିନସ୍ଥ ନର୍ଲା, ମ.ରାମପୁର, କର୍ଲାମୁଣ୍ଡା ଓ ଲାଞ୍ଜିଗଡ଼ର ସମସ୍ତ କର୍ମଚାରୀ ସମ୍ୱର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ। ମୁଁ କୃଷି ବିଭାଗରେ ନିଯୁକ୍ତି ପାଇବା ପରଠୁଁ ମୋତେ ଯେତେବେଳେ ଯାହା କାମ କରିବାକୁ ପଡ଼ିଛି ତାହା ମୁଁ ନିଷ୍ଠାର ସହିତ କରିଛି। କର୍ମ କ୍ଷେତ୍ରକୁ ହିଁ ମୋର ମନ୍ଦିର ବୋଲି ବିବେଚନା କରିଛି। କର୍ତ୍ତବ୍ୟ ସମ୍ପାଦନ ବେଳେ କାହା ମନରେ ଯେମିତି କଷ୍ଟ ନହୁଏ ସେଥିପ୍ରତି ମୁଁ ସବୁ ସମୟରେ ଯତ୍ନବାନ ରହିଛି। କର୍ମ ମୟ ଜୀବନରେ, କୃଷି ପରିବାରରେ ଏତେ ଯୋରରେ ମଜିଗଲି ଯେ ଚାକିରୀ ଜୀବନର ୩୪ ବର୍ଷ କେମିତି ବିତିଗଲା ଜଣା ପଡିଲାନି। ବିଶେଷ କରି ନର୍ଲା କୃଷି ଅଫିସ ରେ ସମସ୍ତ ଅଧିକାରୀ ଓ ଷ୍ଟାଫ ମୋତେ ଯୋଉ ସ୍ନେହ ଶ୍ରଦ୍ଧା ଦେଇଛନ୍ତି ତାହା ମୁଁ କେବେ ବି ଭୁଲି ପାରିବିନାହିଁ ବୋଲି ତାଙ୍କ ବିଦାୟୀ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ନର୍ଲା ବ୍ଲକ କୃଷି ଅଧିକାରୀ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.