ଦକ୍ଷ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

ଶୋଲରୀ, ଭାଲେରୀ, ଘଣ୍ଟଶିଳା, ଖଣ୍ଡାହଣା ପାହାଡ଼ ପରିବେଷ୍ଟିତ ମରାଳ ମାଳିନୀ ନୀଳାମ୍ବୁ ଚ଼ିଲିକା ର ତଟ ଦେଶରେ ବାଣପୁର ମାଟି।ତା ମଧ୍ୟରେ ଭାଟପଡ଼ା ଅଞ୍ଚଳର ଶ୍ୟାମଳ ସବୁଜିମା ଘେରା ଚ଼କଡ଼ା ପଥର ପାହାଡ଼ ପାଦଦେଶ ରେ ଗୋଡ଼ିଝର ଗ୍ରାମ।ସେହି ମାଟିରେ ୧୯୬୮ ମସିହା ଡିସେମ୍ବର ୬ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ଅନନ୍ୟ ପ୍ରତିଭା ର ଅଧିକାରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ। ତାଙ୍କ ପିତା ଓଡ଼ିଶା ରାଜନୀତି ର ଭୀଷ୍ମ ପିତାମହ ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନ ଓ ମାତା ଶ୍ରୀମତୀ ସୁପ୍ରଭା ହରିଚ଼ନ୍ଦନ।
ପିଲାଟି ସମୟ ରୁ ଜନସେବା ପ୍ରତି ତାଙ୍କର ଆଗ୍ରହ ରହୁଥିଲା ଏବଂ ଜେଜେବାପା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ‌,ଜାତୀୟତାବାଦୀ ନାଟ୍ୟକାର ପର୍ଶୁରାମ ହରିଚ଼ନ୍ଦନ ଓ ପିତା ସମାଜସେବା ତଥା ଜନସେବା କରୁଥିବା ଦେଖି ସେ ଆହୁରି ଆକର୍ଷିତ ହୋଇଥିଲେ।
ପରବର୍ତ୍ତୀ ସମୟରେ ଜଣେ ସୁଦୃଢ଼ ଛାତ୍ର ସଂଗଠକ ଭାବରେ ଓଡ଼ିଶା ର ସମଗ୍ର ଜିଲ୍ଲାରେ ଛାତ୍ର ସଂଗଠନ କୁ ସୁଦୃଢ଼ କରିପାରିଥିଲେ ତତସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବରେ‌ ନିର୍ବାଚ଼ିତ ହୋଇ ଛାତ୍ର ସଂଗଠକ ଭାବରେ ସମଗ୍ର ଓଡ଼ିଶାରେ ସର୍ବଜନବିଦିତ ହୋଇଥିଲେ।ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ସଂଗଠନ କୁ ଓଡ଼ିଶାର ପୁରପଲ୍ଲୀରେ ମଜଭୁତ କରିବା ସହିତ ଯୁବମୋର୍ଚ୍ଚା ର‌ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ କୁ ସୁଚାରୁରୂପେ ତୁଲାଇ ନିଜର ବଳିଷ୍ଠ ନେତୃତ୍ବ ଓ ସାଂଗଠନିକ ଦକ୍ଷତା ପ୍ରତିପାଦନ କରି ପାରିଥିଲେ।

Omkar Vasthu
Omkar Vasthu

ଭାରତୀୟ ଜନତା ପାର୍ଟିର ପ୍ରଦେଶ ଉପସଭାପତି, ସାଧାରଣ ସମ୍ପାଦକ ଭଳି ଦାୟିତ୍ୱ ନେଇ ନିଜର ଦକ୍ଷତା ପ୍ରତିପାଦନ କରି ସମଗ୍ର ଓଡ଼ିଶାରେ ଭାଜପା ସଂଗଠନ କୁ ସୁଦୃଢ଼ କରିଥିଲେ।ଜଣେ କୁଶଳୀ ବକ୍ତା ଭାବେ ମଧ୍ୟ ସାରା ପ୍ରଦେଶରେ ପରିଚ଼ିତ। ନିଜର କଥାଶୈଳୀ,କାର୍ଯ୍ୟଧାରା, ସାଂଗଠନିକ ଦକ୍ଷତା, ସେବା ମନୋଭାବ ମାଧ୍ୟମରେ ସମସ୍ତ ଜନସାଧାରଣ ପ୍ରିୟପାତ୍ର ହୋଇପାରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଚ଼ିଲିକା ବିଧାନସଭା କ୍ଷେତ୍ରର ବିଧାୟକ ଭାବେ ନିର୍ବାଚ଼ିତ ହୋଇ ଓଡ଼ିଶାର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଚ଼ିଲିକା ର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ସଦା ତର୍ପର ରହିବା ସହିତ ପ୍ରତ୍ୟେକ ଦିନ ନିଜ ବାସଭବନରେ ଓଡ଼ିଶା ର ପ୍ରତ୍ୟେକ ବ୍ୟକ୍ତି ବିଶେଷ ମାନଙ୍କର ସମସ୍ୟା ଓ ଅଭିଯୋଗ କୁ ଶୁଣି ତତକ୍ଷଣାତ୍ ସ୍ଥାୟୀ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। ବିକଶିତ ଚ଼ିଲିକା ଗଠନ, ପ୍ରତି କ୍ଷେତ କୁ ପାଣି, ପ୍ରତି ହାତକୁ କାମ ଦେବା ପାଇଁ ସଂକଳ୍ପବଦ୍ଧ ଥିବା ଶ୍ରୀ ହରିଚ଼ନ୍ଦନ ଚ଼ିଲିକା ବିଧାନସଭା କ୍ଷେତ୍ରର ସମସ୍ତ ଗ୍ରାମକୁ ଯାଇ ଜନସାଧାରଣଙ୍କ ସହ ମିଶି ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଗୁଡ଼ିକୁ ପଚ଼ାରି ବୁଝିବା ସହ ସେଗୁଡିକୁ‌ କିଭଳି ଭାବେ ସ୍ଥାୟୀ ସମାଧାନ କରାଯାଇପାରିବ, ତାହାକୁ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବା ଦିଗରେ ସଦା ତର୍ପର ରହୁଛନ୍ତି। ଆଇନ, ପୂର୍ତ୍ତ‌ ଓ ଅବକାରୀ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମତ୍ନୀ ଭାବେ ନିଜର ଦକ୍ଷତା,ସାଧୁତା ଓ ଦୂରଦର୍ଶିତା ପ୍ରଦର୍ଶନ କରି ଓଡ଼ିଶାକୁ ପ୍ରଗତିଶୀଳ ପଥରେ ନେବା ପାଇଁ ବିଭିନ୍ନ କାର୍ଯ୍ୟ କରି ଦକ୍ଷ ମନ୍ତ୍ରୀ ଭାବେ ସମଗ୍ର ଓଡ଼ିଶାରେ ପରିଚୟ ହାସଲ କରିଛନ୍ତି।ବନ୍ଧୁବତ୍ସଳ, ନିଷ୍କଳଙ୍କ ତଥା ସାଲିସ୍ ବିହୀନ ରାଜନେତା, ପରୋପକାରୀ, ଅହଂକାର ଶୂନ୍ୟ,କର୍ମଠ ବ୍ୟକ୍ତିତ୍ବ ଏବଂ ଦକ୍ଷ ମନ୍ତ୍ରୀ ଭାବରେ ଓଡ଼ିଶାର ସମସ୍ତ ପୁରପଲ୍ଲୀରେ ପରିଚ଼ିତ।ତାଙ୍କ ନିଷ୍ଠା,ସାଧୁତା,ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟପରାୟଣତା ଆଜିର ଯୁବ ଓ ଛାତ୍ର ସମାଜ ପ୍ରତି ପ୍ରେରଣା। ସେହି ଜନପ୍ରିୟ ନେତା, ଚ଼ିଲିକାର‌ ଗର୍ବ, ଗୌରବ ଓ ଓଡ଼ିଶା ମାଟିର ମହକ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଙ୍କ ଶୁଭ ଜନ୍ମଦିନ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି।ଆପଣଙ୍କ ମୁଖମଣ୍ଡଳ ସଦାସର୍ବଦା ଉଜ୍ଜ୍ୱଳ ରହୁ ଏବଂ ଆପଣଙ୍କର ସୁଦୀର୍ଘ ଓ‌ ନିରାମୟ ଜୀବନ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ଭଗବତୀ ଙ୍କ ନିକଟରେ ପ୍ରାର୍ଥନା କରୁଛି।

Pearl dental clinic
Near Ashish Medical Store, Bhawanipatna
ଲେଖକ: ବିଶ୍ବବିଜୟୀ ଦାଶ
ସମ୍ପାଦକ, ବ୍ରଜବିଳାସ ସାହିତ୍ୟ ପତ୍ରିକା
ମୋବାଇଲ ନଂ – ୬୩୭୦୨୦୮୪୨୮

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.