ଗୁଣି ଗାରେଡି କରିିିଥିବା ସନ୍ଦେହ କରି ଆକ୍ରମଣ ଉଦ୍ୟମ ଅଭିଯୋଗ

ଅନ୍ଧବିଶ୍ୱାସକୁ ବିଶ୍ୱାସ ନ କରିବା ପାଇଁ ପୋଲିସର ଉପଦେଶ

ରାୟଗଡ,୨୧/୭ : ଗୁଣି ଗାରେଡି, ତନ୍ତ୍ରବିଦ୍ୟା, ଝଡାଫୁଙ୍କା ଆଦି ଅନ୍ଧ ବିଶ୍ୱାସକୁ ବିଶ୍ୱାସ କରନ୍ତୁନାହିଁ ବୋଲି ରାୟଗଡ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଳାର ବିଭିନ୍ନ ଗ୍ରାମାଂଚଳରେ ସଚେତନତା ସୃଷ୍ଟି କରାଯାଉ ଥିଲେ ମଧ୍ୟ ଦିନକୁ ଦିନ ଏ ସମ୍ବନ୍ଧୀତ ଅନେକ ମାମଲାଗୁଡିକ ବିଭିନ୍ନ ଥାନାରେ ରୁୁଜୁ ହେଉଥିବା ଦେଖିବାକୁ ମିଳିଛି । ଲୋକଙ୍କୁ ଏ ଦିଗରେ ଜାଗୃତ କରିବା କରିବା ପାଇଁ ପଂଚାୟତସ୍ତର ଠାରୁ ଜିଲ୍ଳାସ୍ତରରେ ଅନୁଷ୍ଠିତ ହେଉଥିବା ସଚେତନତା କାର୍ଯ୍ୟକ୍ରମଗୁଡିକର କୈାଣସି ସୁଫଳ ମିଳୁ ନ ଥିବା ପରି ଜଣାପଡୁଛି । ପୁଣି ଗୁଣିଗାରେଡି କରିଥିବା ସନ୍ଦେହ କରି ଗ୍ରାମର ଜଣେ ୫୦ବର୍ଷିିୟ ବୃଦ୍ଧଙ୍କ ଉପରେ ଆକ୍ରମଣ ଉଦ୍ୟମ କରିବା ଘଟଣା ଦେଖିବାକୁ ମିଳୁଛି । ପରେ ରାୟଗଡ ଥାନାରେ ଏ ନେଇ ଅଭିଯୋଗ ପରେ ଉଭୟ ପକ୍ଷଙ୍କୁ ଡକାଯାଇ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସଚେତନ କରାଯାଇ ଆପୋଷ ବୁଝାମଣା କରାଯାଇଥିଲା । ମିଳିଥିବା ସୂଚନା ପ୍ରକାରେ ରାୟଗଡ ଥାନା ଅନ୍ତର୍ଗତ ତାଡମା ଗ୍ରାମର କୃଷ୍ଣ ହିମିରିକା ନିଜ ସାନ ଭାଇ ରାଜୁ ହିମିରିକାଙ୍କୁ ଗ୍ରାମର ପୁଲୁ ହିମିରିକା (୫୦)ଗୁଣି ଗାରେଡି କରି ଆସୁଥିବା ସନ୍ଦେହ କରି ଗତ ବୁଧବାର ଦିନ ଗ୍ରାମବାସୀଙ୍କ ସମ୍ମୁଖରେ ପୁଲୁଙ୍କୁ ଏକ ଲୁହା ଛଡ ସାହାର୍ଯ୍ୟରେ ଆକ୍ରମଣ କରିବା ପାଇଁ ଆସି ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବାର ଧମକ ଦେଇଥିବା ପୁଲୁ ହିମିରିକା ପ୍ରକାଶ କରିିଥିବା ବେଳେ ଦୀର୍ଘ ୨ ବର୍ଷ ହେବ ରାଜୁ ହିମିରିକା ଟିବି ରୋଗରେ ଆକ୍ରାନ୍ତ ହୋଇ ଔଷଧ ସେବନ କରୁଥିବା ଓ ତା ସଙ୍ଗେ ସଙ୍ଗେ ମଦ୍ୟପାନ କରୁଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁ ନ ଥିବା ଯୋଗୁଁ କ୍ରିଷ୍ଣା ହିମିରିକା ସନ୍ଦେହ କରୁଥିବା ସେ କହିଛନ୍ତି । ତେଣୁ ଏହି ସନ୍ଦେହକୁ ଦୂର କରିବା ପାଇଁ ଗ୍ରାମର କିଛି ଲୋକେ ଓ କ୍ରିଷ୍ଣାଙ୍କ ସମେତ ପୁଲୁ ମେଲକା କୋଲନରା ବ୍ଳକ ସୂରୀ ପଂଚାୟତ ଅର୍ନ୍ତଗତ ପୂଜାରୀଗୁଡା ଗ୍ରାମର ଜଣେ ଗୁଣିଆ ପାଖକୁ ଯାଇଥିଲେ । ସେଠାରେ ସମସ୍ତଙ୍କ ଉପସ୍ଥିତିରେ ପ୍ରମାଣ ଦେବା ପାଇଁ ଦୁହେଁ ପୂଜାର୍ଚ୍ଚନା କରାଯାଇଥିବା ଦୀପ ଲିଭାଇଥିଲେ ଏବଂ ଆସନ୍ତା ତିନି ଦିନ ମଧ୍ୟରେ ଯଦି କିଏ ଗୁଣି କରିଥିବ ତାହାହେଲେ ଗ୍ରାମରେ କୈାଣସି ଗୋଟିଏ ହେଲେ ଅସୁୁବିଧା ହେବ ବୋଲି ଗୁଣିଆ କହିଥିବା ବେଳେ ତିନି ଦିନ ପରିବର୍ତେ ସପ୍ତାହ ବିତି ଯାଇଥିଲେ ମଧ୍ୟ କାହାର କିଛି ଅସୁବିଧା ହୋଇ ନ ଥିଲା । ତେବେ ଗ୍ରାମବାସୀଙ୍କ ସମ୍ମୁଖରେ ଜଣେ ଭଦ୍ରବ୍ୟକ୍ତିଙ୍କୁ ଗୁଣିଗାରେଡି କରୁଥିବା ଆଖ୍ୟା ଦେଇ ଜୀବନରେ ମାରିଦେବାର ଧମକ ଦେଉଥିବାରୁ ଘଟଣାକୁ ଗୁରୁତ୍ୱ ଦେଇ ଗ୍ରାମର କିଛି ବିଶିଷ୍ଠ ବ୍ୟକ୍ତି ବିଶେଷ ରାୟଗଡର ଆଦିବାସୀ ଯୁବନେତା ରାଇସିଂ ବିଡିକାଙ୍କୁ ଅବଗତ କରାଇବା ପରେ ସ୍ଥାନୀୟ ଏବିଡିଓ ନୃସିଂହଚରଣ ପଟ୍ଟନାୟକ, ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ରମେଶ କୁମାର ନାୟକଙ୍କ ଉପସ୍ଥିତିରେ ରାୟଗଡ ଏସଡିପିଓ ତପନ ନାରାୟଣ ରଥ ଓ ଥାନା ଅଧିକାରୀ ନିହାରରଂଜନ ପ୍ରଧାନ ପ୍ରମୁଖ ପୁଲୁଙ୍କ ଅଭିଯୋଗକୁ ବିଚାର କରି କ୍ରିଷ୍ଣାଙ୍କୁ ସଚେତନ କରାଇବା ସହ ଗ୍ରାମରେ ଏ ନେଇ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବର ନେଇ ସ୍ଥିର କରାଯାଇଥିବା ରାଇସିଂ ବିଡିକା ପ୍ରକାଶ କରିଛନ୍ତି ।

 

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.