ମଥୁରା ଠାରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ

ଜୁନାଗଡ,୨୧/୭ : ରାଧାକୃଷ୍ଣ କ୍ଳବ୍ ମଥୁରା ଏବଂ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ୍ ୟୁଥ୍ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ମଥୁରା , ବିଲକୁଲ୍ ପାହାଡ଼ ଓ ଖେଳ ପଡ଼ିଆ ପରିସର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ କ୍ଲବ୍ ସଭାପତି ସନାତନ ପଣ୍ଡାଙ୍କ ସଭାପତିତ୍ୱରେ “ଵୃକ୍ଷ ରୋପଣ ସମ୍ଭନ୍ଧିୟ ସଚେତନତା ସଭା”  ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାଗିରଥୀ ପଣ୍ଡା, ଶରତ ଚନ୍ଦ୍ର ପଣ୍ଡା, ବୃନ୍ଦାବନ ପଣ୍ଡା , ପବିତ୍ର ମୋହନ ପାଢୀ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ ଦେଇ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ସମସ୍ତଙ୍କୁ ଅଵଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବିକାଶ ପଣ୍ଡା , ହେମନ୍ତ ପଣ୍ଡା,ତ୍ରିଲୋଚନ ପଣ୍ଡା, ସରୋଜ ପାଣିଗ୍ରାହୀ, ବିଭୁଦତ୍ତ ପଣ୍ଡା, ଋତୁରାଜ୍ ପାଣିଗ୍ରାହୀ, ଚନ୍ଦନ ପଣ୍ଡା, ବିନୟ ପାଣିଗ୍ରାହୀ, ନରୋତ୍ତମ୍ ଠାକୁର, କଳିଆ ପଣ୍ଡା ,ଚିନ୍ମୟ ପଣ୍ଡା ପ୍ରମୁଖ ଯୋଗଦାନ ଦେଇ ୧୦୦ ଟି କଦମ୍ବ, ବଉଳ, କାରଞ୍ଜ, ଜମୁକୋଲି, ଅଶ୍ଵତଥ୍, ବଟ ଚାରା ରୋପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗୋପାଳ କୃଷ୍ଣ ଅଗସ୍ତି ସଂଯୋଜନା କରିଥିବା ବେଳେ ବିମ୍ବାଧର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.