ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର କର୍ନେଲ ସଞ୍ଜୟ କୁମାର ଶତପଥିଙ୍କ ସ୍ମୃତି ଉଦେଶ୍ୟରେ ଶନିବାର କୋକସରା ପି.ଏସ.ଡ଼ିଗ୍ରୀ କଲେଜରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତାରେ ସ୍ବର୍ଗତ ପ୍ରଫେସର ଶତପଥୀଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଅଧ୍ୟାପକ ଐରୀ ନାଶନ ଚିନ୍ଦା, କ୍ୟାପଟେନ ଅଶ୍ବିନୀ କୁମାର ପଟ୍ଟନାୟକ, ଅଧ୍ୟାପକ ସୁବ୍ରତ କୁମାର ବେହେରା ପ୍ରମୁଖ ସ୍ବର୍ଗତ ଶତପଥିଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଶୁଭଶ୍ରୀ ସାହୁ, ଲିବ୍ରେରିଆନ ଜିତେନ୍ଦ୍ର କୁମାର ପ୍ରଧାନୀ, କର୍ମଚାରୀ ସୁନୀଲ କୁମାର ପ୍ରଧାନୀ, ପୁଷ୍ପିତ ବିଶି, ଉଜାଗର ମାଝୀ, ଲାଲୁ ପ୍ରସାଦ ପ୍ରଧାନୀ, ତପନ କୁମାର ବିଶି, ପୀତବାସ ରାଉତ, ବିଷ୍ଣୁ ପ୍ରସାଦ ବିଶି ସମେତ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ।