ଶିଲା ଦୀକ୍ଷିତଙ୍କ ବିୟୋଗରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୋକ ସଭା

ସୋନପୁର,୨୨/୭ : ସ୍ଥାନିୟ କସ୍ତରୀ ହୋଟେଲ ଠାରେ ସୁବର୍ଣ୍ଣପୁରର ଜାତୀୟ କଂଗ୍ରେସ ନଗର ସଭାପତି ସୁଧୀର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକସଭାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷୀତ ଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କର ସୃତି ଚାରଣ କରାଯାଇଥିଲା । ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ କମିଟି ର ପୂର୍ବତନ ସଭାପତି ତଥା ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଗୈାରୀଶ୍ୟାମ ପଣ୍ଡା, ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ଶ୍ରୀଯୁକ୍ତ ସୁମିତ ପୂଝାରୀ, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବରୁଣ ସୁନା, ଜିଲ୍ଲା କୋଷାଧକ୍ଷ ରାଜେଶ ମିଶ୍ର, ଜିଲ୍ଲା କାର୍ଯ୍ୟକାରି କମିଟିସଭ୍ୟ ଶ୍ରୀଯୁକ୍ତ ମାଧବ କୁମ୍ଭାର, ଜିଲ୍ଲା ସମ୍ପାଦକ ନିମେଇଁ ଚରଣ ଚରଣ ପାଣିଗ୍ରାହି, ବିଧାନ ସଭା ନିର୍ବାଚନ ମଣ୍ଡଳୀର ଯୁବ ସାଧାରଣ ସଂପାଦକ ଚନ୍ଦନ ଦେହୁରୀ, ସଚ୍ଚିତାନନ୍ଦ ସାହୁ, ରୋହିତ ବଗର୍ତ୍ତି, ମହମ୍ମଦ ହୁସେନ, ବୈାଦ୍ଧ ଜିଲ୍ଲା ମହିଲା କଂଗ୍ରେସ କାର୍ଯ୍ୟକରୀ ସଭାନେତ୍ରୀ ନିରୁପମା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.