ଭାଷା ଭିନ୍ ଭିନ୍ ସାହିତ୍ୟ ଗୁଟେ :ପଦ୍ମଶ୍ରୀ ହଳଧର ନାଗ

ଯୁଗଯାତ୍ରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ଦୁଇ ଦିନିଆ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଯାପିତ ହେଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଲୋକକବି ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ଭାଷା ଭିନ୍ ଭିନ୍ ସାହିତ୍ୟ ଗୁଟେ, ଜାତି ଭିନ ଭିନ୍ ମୁନୁଷ ଗୁଟେ ବୋଲି ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଲୋକକବି ପଦ୍ମଶ୍ରୀ ନାଗ, ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ କବି ସୁବ୍ରତ କୁମାର ଦାଶ ଯୋଗଦେଇଥିଲେ ରାକେଶ ଶତପଥୀ ଙ୍କ ଦ୍ୱାରା ରଚିତ ପ୍ରାରମ୍ଭିକ ସଂଗୀତ ସନ୍ତୋଷ କୁମାର ଦୁବେ,ଅବିନଶ ଶତପଥୀ, ରୀତେଶ ଶତପଥୀ ଗାନ କରିଥିଲେ । ବାଦ୍ୟଯନ୍ତ୍ରରେ ରମାକାନ୍ତ ପ୍ରହରାଜ, କର୍ମା ସାହୁ, ଜ୍ଞାନ ରଂଜନ ସହଯୋଗ କରିଥିଲେ । ସଂପାଦକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିବାଳେ ଯୁଗଯାତ୍ରୀ ସାହିତ୍ୟ ସମ୍ମାନ କବି ଭାରତ ମାଝୀ ଓ ଯୁଗଯାତ୍ରୀ ନବ ପ୍ରତିଭା ସମ୍ମାନ ନାଟ୍ୟକାର ଓଜସ୍ୱନୀ ମାହାର ଙ୍କୁ ପ୍ରଦାନ କରାଯାଇଥିଲା । ଉପସଭାପତି ରାକେଶ ଶତପଥୀ ଓ ସ୍ୱରୂପା ରାଣୀ ହୋତା ମାନପତ୍ର ପଠନ କରିଥିଲେ । ଉପଦେଷ୍ଟା ସୁରେନ୍ଦ୍ର ମହାଖୁଡ଼ ସ୍ୱାଗତ ଅଭିଭାଷଣ ଓ ସହସମ୍ପାଦକ ପରମାନନ୍ଦ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

 

ଏହି ଅବସରରେ ପୁରାତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ୟ ପରେ ବାଲିଗୁଡ଼ା କଳା ବିକାଶ କେନ୍ଦ୍ରର କଳାକାରମାନଙ୍କ ଦ୍ୱାରା ଡ଼ାକୁଲ ନୃତ୍ୟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦ୍ୱିତୀୟ ଦିବସରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ(ନବରଙ୍ଗପୁର),ଅନୁବାଦକ,କବି ଆଶୁତୋଷ ପାତ୍ର ଓ ସମ୍ମାନୀତ ଅତିଥି ଭାବରେ କବି,ଅନୁବାଦିକା ସବିତା ଦାଶ ଯୋଗଦେଥିବାବେଳେ କବିତା ଆସରକୁ ବନଶ୍ରୀ ଦାଶ ଓ ସ୍ୱାଗତିକା ସାହୁ ସଂଯୋଜନା କରିଥିଲେ । ଠିକ୍ ସେହିପରି ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଡ଼ଃ ରାଜେନ୍ଦ୍ର କୁମାର ପାଢୀ ସମ୍ମାନୀତ ଅତିଥି ଗୋପାଳକୃଷ୍ଣ ମାଝୀ ଓ ଗାଳ୍ପିକ ଯୋଗେଶ୍ୱର ପଣ୍ଡା ଯୋଗଦେଥିଲେ । କବିତା ଆସରକୁ କବି ଦିପ୍ତୀମୟୀ ସିଂ ଓ ପଲ୍ଲବୀ ଦାଶ ସଂଯୋଜନା କରିଥିଲେ । କବିତା ଆସରର ଦୁଇଟି ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପଚାଶରୁ ଉର୍ଦ୍ଧ୍ୱ କବି, କବୟତ୍ରୀ ଯୋଗଦେଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉଦଯାପନୀ ଉତ୍ସବରେ ସଭାପତି ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ସୁଧାକର ରଇତ,ମୁଖ୍ୟବକ୍ତା ଡ଼ଃ ଛାୟାକାନ୍ତ ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ଯୁଗଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସଭାପତି ରାଜୀବ ଲୋଚନ ପାଢୀ ଯୋଗଦେଇଥିଲେ । ସଂପାଦକ ଶ୍ରୀ ସାହୁ ମଂଚ ପରିଚାଳନା କରିଥିଲେ । ଯୁଗଯାତ୍ରୀ ସାହିତ୍ୟ ସଂସଦ ସୁବର୍ଣ୍ଣ ଜୟନ୍ତୀ ଯୁବ ପ୍ରତିଭା ସମ୍ମାନରେ ଯୁବ ଗାଳ୍ପିକ ଯୋଗେଶ୍ୱର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବାବେଳେ ମାନପତ୍ର ପଠନ କରିଥିଲେ ପରମାନନ୍ଦ ବିଶି । ଏଥି ସହିତ ବିଭିନ୍ନ ଅଂଚଳର କବି ଓ ପୁରାତନ କର୍ମକର୍ତ୍ତାଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୁବର୍ଣ୍ଣ ଜୟନ୍ତୀ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ନାରାୟଣ ମହାଲିକ ଓ ସୁଶାନ୍ତ ମିଶ୍ର ପରିଚାଳନା କରିଥିଲେ । ଦୁଇ ଦିନିଆ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପରିଚାଳନାରେ ଶ୍ରୀପତି ପଟ୍ଟନାୟକ, ରଜନୀକାନ୍ତ ମହାଖୁଡ଼, ମାନସ ରଞ୍ଜନ ପ୍ରହରାଜ,ଧନୁର୍ଯ୍ୟ ମହାରଣା,ଲଳିତ ମହାଲିକ, ରଶ୍ମି ରଂଜନ ପ୍ରହରାଜ,ଉପେନ୍ଦ୍ର ମହାଖୁଡ,ସଞ୍ଜିବ ସାହୁ, ବୁଦ୍ଧଦେବ ସାହୁ, ନିରଞ୍ଜନ ସାହୁ, ଜିତେନ୍ଦ୍ର ପାତ୍ର, କିଶୋର ଚନ୍ଦ୍ର ତ୍ରିପାଠୀ, ଅଙ୍କିତ ଦଣ୍ଡସେନା ଓ ସଂସଦର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.