ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ୭୬ତମ ଗଣତନ୍ତ୍ର ଦିବସ

ଦାୟିତ୍ବ ନିର୍ବାହ ଓ କର୍ତ୍ତବ୍ଯବୋଧତା ହିଁ ବିକଶିତ ଭାରତର ମୁଖ୍ଯ ଉପାଦାନ :କୁଳପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା ଜାତୀୟପତାକା ଉତ୍ତୋଳନ କରାଯାଇ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ବିତ୍ତ ନିୟନ୍ତ୍ରକ କରନ ସୋରେନ, ଉନ୍ନୟନ ଅଧିକାରୀ ଡ଼କ୍ଟର ପବିତ୍ର ମୋହନ ନାୟକ, ପ୍ରାକ୍ତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡାକ୍ତର ଚୌଧୁରୀ ସତ୍ଯବ୍ରତ ନନ୍ଦ ତଥା ଅନ୍ଯାନ୍ଯ ଅଧିକାରୀ, ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀଗଣ ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ପ୍ରାରମ୍ଭିକ ପରେଡ ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁଳପତି ପ୍ରଫେସର ତ୍ରିପାଠୀ ନିଜ ଅଭିଭାଷଣରେ ସାମାଜିକ, ନୈତିକ, ପାରିବାରିକ ତଥା କର୍ମସଂସ୍ଥାନରେ ନିଜର କର୍ତ୍ତବ୍ଯ, ଦାୟିତ୍ବ ଓ ଉତ୍ତରଦାୟିତ୍ବ ମଧ୍ଯରେ ସନ୍ତୁଳନ ରଖି ରାଜ୍ଯ ତଥା ଭାରତର ବିକଶିତ ଭବିଷ୍ୟତ ଗଠନ କରାଯିବାର ଲକ୍ଷ୍ଯ ନେଇ ଅଗ୍ରସର ହେବାକୁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ। ଏଥିସହିତ ବିଶିଷ୍ଟ ଅତିଥିମାନଙ୍କ ମୂଲ୍ୟବାନ ଉଦବୋଧନ ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପରିବେଷଣ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.