ଫେବୃଆରୀ ୬ରୁ ଆରମ୍ଭ ହେବ ୭ମ ବିଛୁବାହାଲି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ ବେଳପଡ଼ା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲିରେ ଗ୍ରାମରେ ଆରମ୍ଭ ହେବାକୁ ଯାଉଛି ୭ମ ବିଛୁବାହାଲି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଫେବୃଆରୀ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ସର୍ବମୋଟ ୧୬ଗୋଟି ଦଳ ଭାଗନେବେ। ଲିଗ୍ ମ୍ୟାଚ ୧୦ ଓଭର ଓ ସେମି ଫାଇନାଲ ଏବଂ ଫାଇନାଲରେ ୧୪ ଓଭର ଖେଳାଯିବ। ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ନଗଦ ୨୦ ହଜାର ଅର୍ଥରାଶି ଏବଂ ଉପବିଜେତା ଦଳକୁ ନଗଦ ୧୨ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆୟୋଜକ କମିଟିର ସଭାପତି ଲଲିତ ମୋହନ ମାଝୀ, ସାଧାରଣ ସମ୍ପାଦକ ଚକାଡୋଳା ମାଝୀ, ସଦସ୍ୟ ଲଳିତ ମୋହନ ମାଝୀ, କିଶୋର ଚନ୍ଦନ, ପ୍ରକାଶ ଚନ୍ଦନ, କାହ୍ନା ପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.