ସ୍ଥାୟୀ ମାନ୍ୟତା ଦାବିରେ ବ୍ଲକ ଅଫିସ ଘେରାଉ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଭାରତୀୟ ମଜଦୂର ସଂଘ ଓଡିଶା ଜୀବିକା ମିଶନ ସଂଘ କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ବ୍ଲକ କମିଟି ପକ୍ଷରୁ ଶୁକ୍ରବାର ସ୍ଥାୟୀ ମାନ୍ୟତା ଦାବିରେ ଗୋଲାମୁଣ୍ଡା ସ୍ଥିତ ବ୍ଲକ ଅଫିସ ଘେରାଉ କରାଯାଇଛି। ଏହା ପୂର୍ବରୁ ସ୍ଥାନୀୟ ମା’ଠାକୁରାଣୀ ମନ୍ଦିର ରେ ସଂଘ ର ସଭାନେତ୍ରୀ ପ୍ରିୟଙ୍କା ସାହୁ, ସମ୍ପାଦିକା ଚେତନା ମାଝୀ ପୂଜାଅର୍ଚ୍ଚନା କଲାପରେ ହଜାରେରୁ ଉର୍ଦ୍ଧ ମିଶନ ଶକ୍ତି ଇସି ମହିଳା ମା’ଠାକୁରାଣୀ ମନ୍ଦିରରୁ ବାହାରି ବ୍ଲକ ଅଫିସ ପର୍ଯ୍ୟନ୍ତ ଏକ ବିରାଟ ଶୋଭା ଯାତ୍ରା କରାଯାଇଥିଲା। ଏଥିରେ ବ୍ଲକର ୨୮ ଗୋଟି ପଞ୍ଚାୟତର ହଜାରେରୁ ଉର୍ଦ୍ଧ ମିଶନ ଶକ୍ତି କର୍ମକର୍ତ୍ତା ସାମିଲ ହୋଇଥିଲେ।
ବ୍ଲକ ଅଫିସ ସମ୍ମୁଖରେ ସଂଘର କର୍ମକର୍ତ୍ତା ନିଜ ନିଜର ବକ୍ତ୍ୟବ ରଖି ଓଡିଶା ସରକାରଙ୍କ ଅବହେଳାକୁ ନେଇ ଗର୍ଜିଥିଲେ। ଗ୍ରାମ ପଞ୍ଚାୟତରୁ ନେଇ ଜ଼ିଲ୍ଲା ପର୍ଯ୍ୟନ୍ତ ମହିଳା ସଶକ୍ତି କରଣ ମୁଖ୍ୟ ଭୂମିକା ସାଜି କାମ କରୁଛନ୍ତି ସ୍ୱୟଂସହାୟକ ଗୋଷ୍ଠୀ ମହିଳା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସଙ୍ଗଠିତ କରିବା, ସେମାନଂକୁ ଆର୍ଥିକ ପରିଚାଳନାରେ ତାଲିମ ଦେବା, ପ୍ରୋତ୍ସାହିତ କରିବା ଇସି ସଭାପତି ଓ ସମ୍ପାଦକଙ୍କ ସ୍ଵାକ୍ଷରରେ ଋଣ ଗ୍ରହଣ ଓ ଋଣ ପ୍ରଦାନ କାର୍ଯ୍ୟ କରାଯାଇଥାଏ। ଓଡିଶାରେ ପ୍ରାଥମିକ ପର୍ଯାୟରେ ମନୋନୀତ ମିଶନ ଶକ୍ତି ଇସି ମାନେ ୨୦୦୦ ମସିହା ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ କୌଣସି ଭତ୍ତା ନ ପାଇ ଅନବରତ ସେବା ଯୋଗାଇ ଆସିଥିଲେ। ୨୦୨୪ ସେପ୍ଟେମ୍ବର ମାସ ଠାରୁ ଏ ପର୍ଯ୍ୟନ୍ତ ଇସି ମେମ୍ବର ସଦସ୍ୟା ମାନଙ୍କୁ ଭତ୍ତା ମିଳିନାହିଁ।
ସରକାରଙ୍କ ପୁର୍ନଗଠନ କାର୍ଯ୍ୟ ବନ୍ଦ କରିବା, ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି ଭଳି ଅନେକ ଦାବି ନେଇ ଶୁକ୍ରବାର ଦିନ ଗୋଲାମୁଣ୍ଡା ମା’ ଠାକୁରାଣୀ ମନ୍ଦିର ରୁ ରାଜରାସ୍ତାରେ ବାହାରି ଗର୍ଜନ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଏକ ରାଲିର ଶୋଭା ଯାତ୍ରା ରେ ବାହାରି ଗୋଲାମୁଣ୍ଡା ବିଡ଼ିଓ ଙ୍କ କାର୍ଯାଳୟ ପର୍ଯ୍ୟନ୍ତ ପହଁଚି ବ୍ଲକ ଘେରାଉ କରିଥିଲେ। ପରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍ଦେଶ୍ୟରେ ଏକ ୧୦ଦଫା ଦାବି ପତ୍ର ବିଡ଼ିଓ ଙ୍କୁ ଦେବାର ଥିଲା। କିନ୍ତୁ ବିଡ଼ିଓଙ୍କ ଅନୁପସ୍ଥିତ ଥିବା ଯୋଗୁଁ ଏଇ ପର୍ଶୁରାମ ନାଏକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ପୁର୍ନ ଗଠନ ରିଷ୍ଟ୍ରକ୍ଟରିଂ ପ୍ରକ୍ରିୟା ବନ୍ଦ କରିବା, ଇସି ସଦସ୍ୟା ଙ୍କୁ ସ୍ଥାୟୀ କରିବା, ମାସିକ ୧ ହଜାର ଟଙ୍କା ହାରରେ ଭତ୍ତା ପ୍ରଦାନ, ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ପଦୋନ୍ୱିତ କରିବା, ସ୍କୁଟି ଋଣ ଯୋଜନାର ୪୮ କିସ୍ତି ମଧ୍ୟରୁ ୧୨ଟି କିସ୍ତି ଦେୟ ହୋଇଥିବା ବେଳେ ବାକି କିସ୍ତି ଗୁଡିକର ଛାଡ କରିବା, ଇସି କର୍ମୀ ସାମାଜିକ ନିରାପତ୍ତା ଓ କାର୍ଯକାଳ ସମୟରେ ଦୁର୍ଘଟଣା ଜନିତ ବୀମା ଯୋଜନା ପ୍ରଦାନ କରିବା ଆଦି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି। ଦାବି ଗୁଡିକ ଯଥା ଶୀଘ୍ର ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବା ପାଇଁ ସରକାରଙ୍କୁ ସଂଘ ଚେତାବନୀ ଦେଇଛନ୍ତି।
ଏହି ଆନ୍ଦୋଳନରେ ବ୍ଲକ ସଭାପତି ପ୍ରିୟଙ୍କା ସାହୁ ସମ୍ପାଦିକା ଚେତନା ମାଝୀ,ଭାରତୀୟ ମଜଦୂର ସଂଘ ର ଜ଼ିଲ୍ଲା ସମ୍ପାଦକ ରାଧାନାଥ ବେହେରା, ମାନଝରି ଜିପିଏଲଏଫର ସମ୍ପାଦକ ନିର୍ମଳା ସାହୁ, ସଭାପତି ବେଳ ମତୀ ମହାନନ୍ଦ, ବନିତା ଅଗ୍ରିହା, ଦମୟନ୍ତୀ ରଣା, ଟିକେମଣି ମାଝୀ, ପୁଷଲତା ଜଗତ, ଅଲେଖା ନିଆଲ, ହରିପ୍ରିୟା ରାଉତଙ୍କ ସହ ହଜାରେରୁ ଉର୍ଦ୍ଧ୍ବ ଇସି ମହିଳା ଆଜିର ଏହି ରାଲିରେ ସାମିଲ ହୋଇଥିଲେ।