ରୁପ୍ରାରୋଡ ପଞ୍ଚାୟତରେ ବିଡିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଗ୍ରାମ ପଞ୍ଚାୟତରେ ବିଡିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି।

ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି ନାଏକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ମହାଲି ପ୍ରମୁଖ ମଞ୍ଚାସୀନ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡିକ ଶୁଣି ସେ ସବୁର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ।

ଏଥିରେ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଅଞ୍ଚଳର ୭୫ ଜଣ ଙ୍କ ନାମ ବାର୍ଦ୍ଧକ୍ୟ ଭତ୍ତା, ଆବାସ ଯୋଜନା, ଜମିଜମା ସଂକ୍ରାନ୍ତୀୟ ମାମଲା ଭଳି ବିଭିନ୍ନ ଅଭିଯୋଗ ନେଇ ପଞ୍ଜିକରଣ କରାଯାଇଥିଲା। ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଗ୍ରାମ ପଞ୍ଚାୟତର ଜିଆରଏସ, ଯୋଗାଣ ସହାୟକ, ଏଓ ସୁଶାନ୍ତ ମହାରଣା, ଉଲିକୁପା ପିଇଓ ରୋହିତ ପଧାନ, ସର୍ଗିଗୁଡା ପିଇଓ ଜଗଜୀବନ ସାହୁ, ଭୀମକେଲା ଏଡିଇଓ ଅରବିନ୍ଦ ମହାନ୍ତି, ସରିଆଁ ଏଡିଇଓ ନିଶିତ ରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ଟାଟା ପାୱାର ନର୍ଲାର କନିଷ୍ଠ ଯନ୍ତ୍ରୀ ଆକାଶ ମିଶ୍ର, ଭୋଲାନାଥ ଦାସ, ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ସହକର୍ମୀ ସନତ ନାଏକ, ବିଏସଏସଓ ପ୍ରଦୀପ ବେହେରା, ରୁପ୍ରାରୋଡ ଆରଆଇ ଧମେନ୍ଦ୍ର ନାଏକ, ସହକାରୀ ଯନ୍ତ୍ରୀ ଅନନ୍ତଚରଣ ମହାଲିକ, ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଭାଗର ଅଭିଯୋଗ ଉପରେ ଆଲୋଚନା କରି ସମାଧାନର ରାସ୍ତା କାଢିଥିଲେ। ଇତ୍ୟବସରରେ ଦୁଇ ଜଣ ଭିନ୍ନକ୍ଷମ ବଲବସପୁର ର ନୁରା ସେଠୀ ଓ ସନ୍ତୋଷ ମାଝୀଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.