ଦିଲ୍ଲୀ ବିଧାନସଭା ନିର୍ବାଚନ ବିଜୟ ଉତ୍ସବ ପାଳନ କଲା ସୋନପୁର ବିଜେପି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଦଳ ବହୁମତ ହାସଲ କରି ବିଜୟ ଲାଭ କରିଛି। ଏହି ଅବସରରେ ଆଜି ସୋନପୁର ବିଜେପି ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ବିଜୟ ଉତ୍ସବ ପାଳନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆଜି ସଂଧ୍ୟାରେ ବିଜୁ ପଟ୍ଟନାୟକ ଛକ୍ ଠାରେ ଦଳର ବହୁ କର୍ମକର୍ତାମାନେ ରୁଣ୍ଡ ହୋଇ ବାଜା ବଜାଇ ବିଜୟ ଉତ୍ସବ ପାଳନ କରିବା ସହିତ ପରସ୍ପରକୁ ମିଷ୍ଟାନ ଖୁଆଇବା ସହିତ ଲୋକଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ। ପରେ ଦଳୀୟ କର୍ମକର୍ତ୍ତାମାନେ ଏକ ରାଲୀରେ ବାହାରି ବସଷ୍ଟାଣ୍ଡ ପରିକ୍ରମା କରିଥିଲେ। ଏଥିରେ ବଲାଙ୍ଗୀର ସାଂସଦ ପ୍ରତିନିଧି ଶରତ ଶତପଥି, ବରିଷ୍ଠ ନେତା ଶିବପ୍ରସାଦ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ନିରଞ୍ଜନ ତ୍ରିପାଠୀ, ପର୍ଶୁରାମ ମିଶ୍ର, ନଗର ମଣ୍ଡଳ ସଭାପତି ସୁରେଶ ବିଶ୍ଵାଳ, ଦୀପକ ମହାପାତ୍ର, ସନ୍ତୋଷ କୁମାର ପଧାନ, କାଉନସିଲର ଗଙ୍ଗାଧର ତରିଆ, କୈଳାସ ସାହୁ, ତ୍ରିଲୋଚନ ତରିଆ, ବିବୋକାନନ୍ଦ ମିଶ୍ର, ହିମାଂଶୁ ସାହୁ, ବିକ୍ରମ ମିଶ୍ର, ବିକି ଅଗ୍ରୱାଲ, ଦେବାଷିଶ ପୂଜାରୀ, ରିଙ୍କୁ ପଣ୍ଡା, ସତ୍ୟ ମହାପାତ୍ର, ରାଜେଶ ସାହୁ, ସୁଦାମ ନାଏକ, କାହ୍ନୁ ତରିଆ, ସୁରୁବାବୁ ସାହୁ, ମଣ୍ଟୁ ମିଶ୍ର, ଲକ୍ଷ୍ମୀ ମାହାର ପ୍ରମୁଖଙ୍କ ବହୁ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.