କୋଲକାତାରେ ଫିଟ୍ ଇଣ୍ଡିଆ ସାଇକେଲ ରେଲି: ଓଡ଼ିଶାରୁ ହରେଶ ବଗର୍ତ୍ତିଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କୋଲକାତା: ରବିବାର ୯ ଫେବୃୟାରୀ ଦିନ ସକାଳୁ କୋଲକାତାରେ ‘ଫିଟ୍ ଇଣ୍ଡିଆ ସଣ୍ଡେ ଅନ୍ ସାଇକେଲ’ ରେଲି ଅନୁଷ୍ଠିତ ହୋଇଛି। ସ୍ପୋର୍ଟସ ଅଥରେଟି ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ରେଲିର ଶୁଭାରମ୍ଭ କରିଥିଲେ ରଗବି ସ୍ପୋର୍ଟସର ନେସନାଲ ପ୍ରେସିଡେଣ୍ଟ ତଥା ବଲିଉଡ୍ ଆକ୍ଟର ରାହୁଲ ବୋଷ। ସ୍ଥାନୀୟ ସଲ୍ଟ ଲେକ୍ ଠାରୁ ଆରମ୍ଭ ହୋଇଥିବା ଏହି ରେଲି ୨୦ କିଲୋମିଟର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶ ବିଦେଶର ଅନେକ ଏଥେଲେଟିକ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସାଇକେଲ୍‌ ଚଳାଇବା ଏବଂ ଶାରୀରିକ ଭାବେ ଫିଟ୍‌ ରହିବା, ପରିବେଶ ସୁରକ୍ଷା ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। କୋଲକାତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ପର୍ବତାରୋହୀ ତଥା ସାଇକେଲିଷ୍ଟ ହରେଶ ବଗର୍ତ୍ତି ଯୋଗଦେଇ ଓଡ଼ିଶାର ମାନ ବଢାଇଛନ୍ତି। ଏହି ଅବସରରେ ‘ଓଡ଼ିଆ ବାର୍ତ୍ତା’ ସହ ଆଲୋଚନା ସମୟରେ ସେ ସାଇକେଲ ଚାଳନା ଦ୍ବାରା ହେଉଥିବା ବିଭିନ୍ନ ଲାଭ ବିଷୟରେ ବଖାଣିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.