ଯାଦବ ସମାଜ ପକ୍ଷରୁ ଦୋଳ ମହୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସଦର ପଞ୍ଚାୟତ ଚିଲିଗୁଡାଠାରେ ରାଧାକୃଷ୍ଣ ଯାଦବ କମିଟି ପକ୍ଷରୁ ଗତ ୩ଦିନ ଧରି ଦୋଳ ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି।

ବୁଧବାର ଶୋଭାଯାତ୍ରା, ଅଧିବାସ ସହ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଗୁରୁବାର ପବିତ୍ର ଦୋଳ ବିମାନ ନଗର ପରିକ୍ରମା କରିଥିଲା। ଶୁକ୍ରବାର ଦୋଳ ଝୁଲଣ ଅନୁଷ୍ଠିତ ହୋଇଥିବାବେଳେ ଶନିବାର ମହାପ୍ରଭୁଙ୍କ ହୋଲି ଉତ୍ସବ ପାଳନ କରିବା ସହ ରଙ୍ଗ ଅବିର ଖେଲାଯାଇ ମହୋତ୍ସବ ଉଦଯାପିତ ହୋଇଛି।

ପ୍ରତିଦିନ ପୂଜା ସ୍ଥଳରେ ଭଜନ, କୀର୍ତ୍ତନ ହୋଇଥିବାବେଳେ ୨ଦିନ ଧରି ମନୋରଞ୍ଜନ କାର୍ଯ୍ୟକ୍ରମରେ ନାଟକ ପରିବେଷଣ ହୋଇଥିଲା। ଉଦଘାଟନୀ ଉତ୍ସବରେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସେହିପରି ଉଦଯାପନୀ ଦିବସରେ ଅବସରପ୍ରାପ୍ତ ସେନା କର୍ମଚାରୀ କ୍ଷୀରାବ୍ଧି ବେମାଲ ମୁଖ୍ୟ ଅତିଥି, ଅଲେଖ ଗୋପାଳ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପୂଜା କର୍ତ୍ତା ଭାବରେ ସୁରେଶ ତାଣ୍ଡି ଓ ତାଙ୍କ ସହଧର୍ମିଣୀ ମଦନା ତାଣ୍ଡି ଦାୟିତ୍ୱ ନିର୍ବାହ କରିଥିଲେ।

କମିଟି ସଭାପତି କାଳୀକୃଷ୍ଣ ବାଗ, ସମ୍ପାଦକ ସନ୍ତୋଷ ତାଣ୍ଡି, ଜୟକୃଷ୍ଣ ତାଣ୍ଡି, ବିଦ୍ୟାଧର ଗହୀର, ପ୍ରକାଶ ଗୋପାଳ, ରାକେଶ ବେମାଲ, ଜଗା ବେମାଲ, ରଜନୀ ବେମାଲ, ଚକ୍ରଧର ପୁଞ୍ଜି, ପଞ୍ଚାନନ ଗୋପାଳ, ଧନେଶ୍ଵର ଗୋପାଳ, ଅଭିମନ୍ୟୁ ଗୋପାଳ, ବସନ୍ତ ଗୋପାଳ, ଚୈବନ ଗୋପାଳ, ବୈକୁଣ୍ଠ ତାଣ୍ଡି, ପରିମଲ ଗୋପାଳ ସମେତ ରାଧାକୃଷ୍ଣ ଯାଦବ କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.