ଗଛପଡ଼ି ଗର୍ଭବତୀଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ପବନ ଯୋଗୁ ବଡ ବଡ ଗଛ ଗୁଡିକ ଉପୁଡି ଯାଇଥିବା ଦେଖିବାକୁ ମିଳିଛି। ଜୁନାଗଡ ସହରର ଲକ୍ଷ୍ମୀସାଗର ପଡାର କୌଶଲ୍ୟା ବେହେରା(୨୬) ନାମକ ଜଣେ ଗର୍ଭବତୀଙ୍କ ଉପରେ ଗଛ ପଡିଯିବାରୁ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହି ପରିବାରର ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି କାଳବୈଶାଖୀ ଯୋଗୁ ଦୀର୍ଘ ସମୟ ଧରି ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ଯ ବନ୍ଦ ରହିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.