ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ପଞ୍ଚାୟତ ଏକ ନମ୍ବର ୱାର୍ଡ ବଡଦ୍ୱାର ସାହିରେ ଗତକାଲିର କାଳ ବୈଶାଖିର ତାଣ୍ଡବରେ ସହଦେବ ଭତ୍ରାଙ୍କ କୁଡ଼ିଆ ଘରର ରନ୍ଧାଶାଳ କୁ ସମ୍ପୂର୍ଣ ରୂପେ ଧ୍ୱଂସ କରିଦେଇଛି | ଉକ୍ତ ଘରକୁ ବହୁ ଘାତ ପ୍ରତିଘାତରେ ସହଦେବ ଭତ୍ରା ତୋଳି ଥିଲେ | ବର୍ତ୍ତମାନ ତାଙ୍କ ସହଧର୍ମିଣୀ ଆରପାରିକୁ ଚାଲିଯିବା ପରେ ଉକ୍ତ ଘରେ ତିନି ପୁଅ ଓ ବହୁଙ୍କ ସହ ଦିନକଟାଉଛନ୍ତି । ସହଦେବ ସେ ଏବେ ବେସାହାରା | ଏହି ଖବର ପାଇ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ଆସି ଫୋଟ ଉତ୍ତଳୋନ କରି ନେଇଛନ୍ତି | ଏଠାରେ କଥା ଉଠୁଛି କି ଏପରି ଅଭାବି ବ୍ୟକ୍ତି ବିଶେଷ ଙ୍କୁ ଆବାସ ଯୋଜନା ସାତ ସପନ ଭଳି ମନେ ହୋଉଛି | ତେଣୁ ସହଦେବ ଭତ୍ରା ଙ୍କୁ ଆବାସ ଘର ଟିଏ ଯୋଗାଇ ଦେବା ନିମନ୍ତେ ସରକାରଙ୍କ ପାଖେ ନେହୁରା ହୋଇ ଗୁହାରି କରିଛନ୍ତି |