ସୋନପୁର ଘୋଡାଘାଟପଡ଼ା ରାମଲୀଳା ଉତ୍ସବ ଉଦଯାପିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ରାଜା ରାଜୁଡ଼ା ସମୟରୁ ଦୀର୍ଘ ଶହ ଶହ ବର୍ଷର କିମ୍ବଦନ୍ତୀ ରହି ଆସିଥିବା ସୋନପୁର ଘୋଡ଼ାଘାଟପଡ଼ା ର “ବଉଳ ମୂଳ” ଓ “ଚକା ପଥର” ରାମଲୀଳା ମଣ୍ଡପ ଠାରେ ଗତ ୬ ତାରିଖ ରାମ ନବମୀ ଦିନରୁ ଆୟୋଜିତ ହୋଇଥିବା ରାମଲୀଳା ଯାତ୍ରା ଗତକାଲି ବିଳମ୍ବିତ ରାତିରେ ରାବଣ, ଇନ୍ଦ୍ରଜିତ ଓ କୁମ୍ଭକର୍ଣ୍ଣ ବଦ୍ଧ ସହ ଉଦଯାପିତ ହୋଇଯାଇଛି। ପ୍ରତ୍ୟହ ରାତିରେ ରାମଲୀଳା ମଣ୍ଡପ କୁଞ୍ଜ ଘରକୁ ପ୍ରଭୁ ମଦନ ମୋହନ, ଶ୍ରୀ ରାମ, ଲକ୍ଷ୍ମଣ, ସୀତା, ହନୁମାନ ବିରାଜ ମାନ ହେଉଥିଲେ। ଏଠାରେ ପରିବେଷଣ କରାଯାଉଥିବା ପ୍ରତ୍ୟହ ନାଟକ ପରିବେଷଣରେ ସ୍ଥାନୀୟ କଳାକାର ମାନେ ନିଖୁଣ ଅଭିନୟ କରିଥିଲେ। ଶ୍ରୀରାମ ଭୂମିକାରେ ତରଣି ମେହେର, ଲକ୍ଷ୍ମଣ ବିକି ସାହୁ, ସୀତା ଭୂମିକାରେ ରାଜା ମାହାଣା, ହନୁମାନରେ ଶଙ୍କର ସାହୁ, ରାବଣ ଭୂମିକାରେ ଭାଗିରଥି ମିଶ୍ର, ଇନ୍ଦ୍ରଜିତ କବି ସୁଦାମ ନାଏକ ପ୍ରମୁଖ ନାଟକରେ ଅଭିନୟ କରିଥିଲେ। ଶହ ଶହ ପୁରୁଷ ମହିଳା ଦର୍ଶକ ନାଟକ କୁ ଉପଭୋଗ କରୁଥିଲେ। ରାମଲୀଳା କମିଟି ର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଟିତ ଏହି ଯାତ୍ରାରେ ସଭାପତି ଭିକାରୀ ଗୁରୁ, ସଂପାଦକ ସତ୍ୟଜିତ ସାହୁ, ସହ ସଂପାଦକ ରାକା ପଟ୍ଟନାଏକ, କୋଷାଧ୍ୟକ୍ଷ ଗିରିଜା ସାହୁ, ବରିଷ୍ଠ ସଦସ୍ୟ କଷ୍ଠ ବେରିହା, ଛବିଳ ନାଏକ, ଚମାର ମେହେର, କାର୍ତ୍ତିକ ପଧାନ, ତାରା ଭୂଷଣ ସାହୂ, ଗଙ୍ଗା ସେଠି, ରାମ ମେହେର, ପ୍ରଭାତ ପଧାନ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଗାୟକ ଭାବେ ହୃଷିକେଶ ପଧାନ ଦାୟିତ୍ବ ତୁଲାଇ ଥିଲେ। ରାଜା ରାଜୁଡ଼ା ସମୟରୁ ଦୀର୍ଘ ଶହ ଶହ ବର୍ଷ ଧରି ଏଇ ରାମ ଲୀଳା ଉତ୍ସବ ଏଠାରେ ଖୁବ୍ ନିଷ୍ଠାର ସହିତ ପାଳନ କରି ଆସୁଥିବା ବେଳେ ଖୋଦ୍ ସୋନପୁର ରାଜା ବିରମିତ୍ର ସିଂହ ଦେଓ ଏହି ଉତ୍ସବରେ ଯୋଗ ଦେଇ ନାଟକ ଉପଭୋଗ କରୁଥିଲେ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.