ଡକାୟତି ଉଦ୍ୟମ ପଣ୍ଡ କରି ୪ ଯୁବକଙ୍କୁ ବନ୍ଧିଲା ପୋଲିସ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ବ୍ଲକ ଲଛିପୁର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଡ଼କାୟତି ପାଇଁ ଉଦ୍ୟମ କରୁଥିବା ବେଳେ ୪ ଜଣ ଯୁବକ ଙ୍କୁ କାବୁ କରିଛି। ଅଭିଯୁକ୍ତ ମାନେ ହେଲେ କସରତ କୁମ୍ଭାର (୪୨), ପ୍ରଶାନ୍ତ କୁମ୍ଭାର (୨୫), ମୁକେଶ କଲେତ୍ (୩୭) ଓ ଆନନ୍ଦ କଲେତ୍ (୧୯) ବର୍ଷ। ପୋଲିସ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ଼ ୧୧ ଟା ବେଳେ ଲଛିପୁର ପୋଲିସ୍ ଲୁପୁରସିଂହା ଭୂର୍ଷାପାଲି, ଦାବପାଲି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଦାବପାଲି ନର୍ସରୀ ଠାରେ ୪-୫ ଯୁବକ ଠିଆ ହୋଇଥିଲେ। ପୋଲିସ ତାଙ୍କୁ ସନ୍ଦେହରେ ପଚରାଉଚରା କଲାବେଳେ ସେମାନେ ଡ଼କାୟତି ଉଦ୍ୟମ କରୁଥିବା ସ୍ବୀକାର କରିଥିଲେ। ପୋଲିସ ସେଠାରୁ ତାଙ୍କୁ ଗିରଫ କରିବା ସହ ୪ ଗୋଟି ମୋବାଇଲ , ସିଜି୧୫ଏକେ- ୩୯୧୮ ହୋଣ୍ଡା ସାଇନ୍ ମୋଟର ସାଇକେଲ, ୧ଟି ଖଣ୍ଡା ସହ ଡ଼କାୟତି ପାଇଁ ବ୍ୟବହାର ସାମଗ୍ରୀ ଜବତ କରିଥିଲା। ସୋମବାର ଦିନ ଅଭିଯୁକ୍ତ ମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଲଛିପୁର ଥାନାଧିକାରୀ ଭୋଜରାଜ ସା ସୂଚନା ଦେଇଛନ୍ତି। ପୋଲିସର ଏହି ପେଟ୍ରୋଲିଂ ରେ ଏଏସଆଇ କୈଳାଶ ଚନ୍ଦ୍ର ସାହୁ, ହାବିଲଦାର ବୁରୁଣ୍ଡିଆନ୍ ପଞ୍ଚ ବିହାର, କୈବଲ୍ୟ ମାଟି, ପୃଥ୍ବୀରାଜ କୁଁଅର, ଧର୍ମେନ୍ଦ୍ର ସାହୁ, ସତ୍ୟବତୀ ବାରିକ, ଡ୍ରାଇଭର ବିକ୍ରମ କିଶୋର ଦାଶ ପ୍ରମୁଖ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.