ବିଜ୍ଞାନ ଶିକ୍ଷକ ଉମାକାନ୍ତ ହାତୀଙ୍କ ହୃଦଘାତରେ ମୃତ୍ୟ

ଓଡିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ଥିଦୀପ ଆଦିତ୍ୟ): ଗୌଡଛେଣ୍ଡିଆ ଗ୍ରାମର ବାସିନ୍ଦା ଏବଂ ଚଳନା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଉମାକାନ୍ତ ହାତୀଙ୍କ ଦୁଃଖଦ ଦେହାନ୍ତ ଘଟିଛି। ଗତ ରାତି ୩ଟା ସମୟରେ ଘରେ ଶୋଇ ଥିବା ବେଳେ ହଠାତ୍ ଛାତି ଯନ୍ତ୍ରଣା ଆରମ୍ଭ ହେବା ପରେ ତାଙ୍କୁ ତୁରନ୍ତ ଜୁନାଗଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭବାନୀପାଟଣା ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ସକାଳ ୫ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୩୯ ବର୍ଷ ବୟସରେ ଉମାକାନ୍ତ ହାତୀ ହୃଦଘାତ ହେତୁ ପରଲୋକଗତ ହୋଇଛନ୍ତି। ସେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଗୋସିଂହ ହାତୀଙ୍କ ଏକମାତ୍ର ପୁତ୍ର ଥିଲେ। ତାଙ୍କ ଅକାଳ ମୃତ୍ୟୁରେ ପରିବାର, ବନ୍ଧୁବାନ୍ଧବ ଓ ଅଞ୍ଚଳବାସୀ ମଧ୍ୟରେ ଗଭୀର ଶୋକ ବ୍ୟାପିଛି। ତାଙ୍କ ବିୟୋଗ ଜଣେ ସଜ୍ଜନ ଶିକ୍ଷକ, ଜଣେ ନିଷ୍ଠାବାନ କର୍ମଚାରୀ ଓ ସମାଜ ପ୍ରତି ଦାୟିତ୍ୱଶୀଳ ବ୍ୟକ୍ତିଙ୍କ ହାନି ବୋଲି ଅଞ୍ଚଳବାସୀ ବର୍ଣ୍ଣନା କରୁଛନ୍ତି। ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଅନେକ ଗଣମାନ୍ୟ ଲୋକ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.