କାଳବୈଶାଖୀରେ ପବନ, ବିଜୁଳି ଓ ଘଡ଼ଘଡି ପୂର୍ବାନୁମାନ ସଚେତନତା ରଥ ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ବର୍ଷାରେ ପବନ, ବିଜୁଳି ଓ ଘଡ଼ଘଡି ପ୍ରତି ସଚେତନ ନିମନ୍ତେ ଏକ ପ୍ରଚାର ରଥକୁ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟାୱରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ ଗ୍ରାମ ପଂଚାୟତ ଓ ପୋୖରାଞ୍ଚଳ ଗ୍ରସ୍ତ କରି ଲୋକଙ୍କୁ ସଚେତନ କରିବା ସହ ସାମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ, ଘଡ଼ଘଡି ସହ ବିଜୁଳି ସମୟରେ କିପରି ନିଜକୁ ସୁରକ୍ଷିତ ରଖିହେବ ତାହା ଉପରେ ଲୋକଙ୍କୁ ବୁଝାଇ ପ୍ରଚାର କରିବ । ରାୟଗଡ଼ା ଜିଲ୍ଲାର ଭୌଗଳିକ ସ୍ଥିତିରେ ବାରମ୍ବାର ବଜ୍ରପାତ ଘଟୁଥିବା ସମୟରେ ଜିଲ୍ଲାର ସମସ୍ତ ଜଣ ସାଧାରଣଙ୍କୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ନିହାର ରଞ୍ଜନ କହଁର, ଗୁଣପୁର ଉପ ଜିଲ୍ଲାପାଳ କିରନଦୀପ କୌର ସହୋତା, ଉପ ଜିଲ୍ଲାପାଳ ରାୟଗଡ଼ା ରମେଶ କୁମାର ଜେନା, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋଜ କୁମାର ନାହାକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲାର ସମସ୍ତ ତହସିଲଦାର, ଗ୍ରନ୍ଥାଗାରିକ ଡମ୍ବରୁ ଧର ପଣ୍ଡା, ସୁଭାଷ କେର୍କେଟା ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମଟିକୁ ରାଜେନ୍ଦ୍ର ଦୋରା, ରଞ୍ଜିତ ପିରିବାକା, ଚନ୍ଦ୍ରଶେଖର ଗୁଡ଼ଲା ପ୍ରମୁଖ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.