ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସ.ମାଳପଡା ଧାନ ମଣ୍ଡିଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ବେରାଜାଲ ବଂଶ, ପଶ୍ଚିମ ଓଡ଼ିଶା ତରଫରୁ ଭାୟା ମିଳନ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମହାମିଳନ ସମାରୋହ ସଭାପତି କୁଳମଣି ସାହୁ, ଉପ ସଭାପତି ଧୁବଳେଶ୍ଵର ସାହୁ, ସୋମନାଥ ସାହୁ, ସମ୍ପାଦକ ସୁବଲୟା ସାହୁ, କୋଷାଧ୍ୟକ୍ଷ ଅଶ୍ଵିନୀ କୁମାର ସାହୁ ଓ କାର୍ଯ୍ୟକାରିଣୀ ସମସ୍ତ ସଭ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗୀରରୁ ରାଜକୁମାର ସାହୁ, ନାରାୟଣ ସାହୁ, ବରଗଡ଼ରୁ ଲଲିତ ସାହୁ, ଜୟପାଟଣାରୁ ନରେଶ ସାହୁ, ଶଶିଭୂଷଣ ସାହୁ, ପରମାନନ୍ଦ ସାହୁ, ବରଗଡ଼ରୁ ସରପଞ୍ଚ ସୁମିତ୍ରା ସାହୁ, କର୍ଲାମୁଣ୍ଡରୁ ସରପଞ୍ଚ ସ୍ଵର୍ଣ୍ଣଲତା ସାହୁ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେବା ସହ ପୁରସ୍କାର ପ୍ରଦାନ କରିଥିଲେ। ସର୍ବପ୍ରଥମେ ସଲେପାଳି ଗ୍ରାମରୁ ପୂଜକ ଗୁରୁବାରୁ ସାହୁଙ୍କ ଘରୁ ମଶାଲ ଯାତ୍ରା ଶୁଭାରମ୍ଭ ହୋଇ ବହୁ ଆନନ୍ଦ ଉଲ୍ଲାସରେ ପାରମ୍ପରିକ ପଦ୍ଧତିରେ ପୂଜାର୍ଚ୍ଚନା କରି ଇଷ୍ଟ ରାହୁଲ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ତତପରେ ସାମୁହିକ ପ୍ରସାଦ ସେବନ, ଜୁହାର ଭେଟ, ପୂଜ୍ୟ ପୂଜା, ପ୍ରତିଷ୍ଟିତ ବଂଶୀୟ ଭାଇ ଚୈତନ୍ୟ ସାହୁଙ୍କୁ ଶିକ୍ଷାରତ୍ନ ସମ୍ମାନ ଓ ମହେନ୍ଦ୍ର ସାହୁଙ୍କୁ କଳାରତ୍ନ ସମ୍ମାନରେ ଭୂଷିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ସୁଶ୍ରୀ କାଜଳ ସାହୁ, କ୍ଷୀରସିନ୍ଧୁ ସାହୁ, ତୁଷାର ସାହୁ, ଆଶିଷ ସାହୁ ପରିଚାଳନା କରିଥିଲେ। ବଂଶୀୟ ଗୀତ ଡଲି ସାହୁ ଓ କ୍ଷୀରସିନ୍ଧୁ ସାହୁ ଗୀତ ପରିବେଷଣ କରି ପ୍ରଶଂସା ସାଉଁଟି ଥିଲେ। ଖାଦ୍ୟ କମିଟି ମୁଖ୍ୟ ବିଜୟ ସାହୁ ଓ ଅନ୍ୟମାନେ ଶୃଙ୍ଖଳିତ ଭାବେ ଖାଦ୍ୟ ପରିବେଷଣ କରିଥିଲେ। ଏହି ମିଳନ ମହୋତ୍ସବ ଦ୍ଵାରା ସମାଜକୁ ଏକ ନୂତନ ଦିଗଦର୍ଶନ ଭାଇ ଚାରା, ଯୁବ ପିଢୀକୁ ଶିକ୍ଷା ସଂସ୍କାର ଓ ପ୍ରଗତିର ପଥେ ଆଗେଇ ନେବାକୁ ବାର୍ତ୍ତା ପ୍ରଦାନ କରି ନବ ଜାଗରଣ ଓ ପରମ୍ପରା ଝଲକ ସୃଷ୍ଟି କରିପାରିଛି। ଆରିସା ପିଠର ମହମହ ବାସ୍ନା ସୋମାରୋହକୁ ଆହୁରି ଦ୍ଵିଗୁଣିତ କରିଥିଲା। ପରିଶେଷରେ ସୋମନାଥ ସାହୁ ମଞ୍ଚାସୀନ ଅତିଥି ଓ ବଂଶଧରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।







