ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁଇବାହାଲ ପଞ୍ଚାୟତ ତଥା ରାମପୁର ଥାନା ଥାନା ଅନ୍ତର୍ଗତ ପଧାନପାଲି ଗ୍ରାମରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ରାଜୀବ ପଧାନ (୩୬) ବର୍ଷ l ସୁଚନା ଅନୁସାରେ ମୃତ ରାଜୀବ ଗାଈ ଗୋରୁଙ୍କୁ ଘାସ ପାଳ ଦେବାକୁକୁ ଯାଇଥିବା ବେଳେ ହଠାତ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା l ଠିକ୍ ସେହି ସମୟରେ ତାଙ୍କୁ ବଜ୍ରାଘାତ ହେବାରୁ ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରାଯାଇଥିଲା l ହେଲେ ଡାକ୍ତର ତାଙ୍କୁ ଦେଖିବା ମାତ୍ରେ ମୃତ ଘୋଷଣା କରିଥିଲେ l ରାମପୁର ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବିନିକା ଡାକ୍ତରଖାନାକୁ ପଠାଇଛନ୍ତି। ପ୍ରକାଶ ଥାଉକି ଯେ ସ୍ବର୍ଗତ ରାଜୀବ ଗତ ବର୍ଷ ବିବାହ କରିଥିବା ବେଳେ ତାଙ୍କର ୩ ମାସର ଏକ ଝିଅ ଥିବା ଜଣାପଡ଼ିଛି l