ଭାରତୀୟ ବିଦ୍ୟା ଶ୍ରୀ ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀ ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ସୁରେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ବେହେରା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଦେବାଶିଷ ଜେନା ମୂଖ୍ଯ ଅତିଥି ଭାବେ ଯୋଗଦେଇଥିବା ବେଳେ ବେହେରା ବନପାଳ ରାଜେନ୍ଦ୍ର ନାଏକ ମୂଖ୍ଯ ବକ୍ତା ଏବଂ ସମ୍ମାନୀତ ଅତିଥି ଭାବେ ବନ ରକ୍ଷକ ନମିତା ବାଗ ଓ କ୍ଷତ୍ରିୟ ନାଏକ ଯୋଗଦେଇ ବୃକ୍ଷ ହିଁ ଜୀବନ, ବୃକ୍ଷର ଉପକାରିତା ବିଷୟରେ ବୁଝାଇବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଗଛଟିଏ ଲଗାଇବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ରୁତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଭାଗ୍ଯବାନ ଦାସ ପରିଚାଳନା କରିଥିବାବେଳେ ଅଧ୍ଯାପକ ଭୁଜବଳ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସୁମନ ସିନ୍ଦୁର, ମଞ୍ଜୁରୀ ମାଝୀ, ରିଙ୍କୁ ଖମାରି, ଦେବେନ୍ଦ୍ର ରଣା, ଭାସ୍କର ଗୋପାଳଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମକୁ ସଫଳ ରୂପ ଦେବାରେ ବିଶେଷ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.