ରାକ୍ସି ଛକରେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ସାରା ରାଜ୍ୟରେ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନ ଆରମ୍ଭ କରିଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଛତିକୁଡା ଛକ, ରାକ୍ସି ଛକ, ନର୍ଲା ଚାରିଛକ, ଆଦି ସ୍ଥାନରେ ଶହ ଶହ ସଂଖ୍ୟାରେ ଡ୍ରାଇଭରମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ରାକ୍ସି ଛକରେ ଡ୍ରାଇଭର ସଂଘର କର୍ମେଗାଁ ପଞ୍ଚାୟତ ସଭାପତି ହରି କରୁଆଁ, ସରିଆଁ ପଞ୍ଚାୟତ ସଭାପତି ଅଭିମନ୍ୟୁ ମାଝୀ, ରାକ୍ସି ପଞ୍ଚାୟତ ସଭାପତି ଲିଙ୍ଗରାଜ ପୋଢ, ରୁପ୍ରା ସଭାପତି ଅନ୍ତରାମ ଭୋଇଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ଆନ୍ଦୋଳନ। ରାକ୍ସିର ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରି ସରକାର ଡ୍ରାଇଭର ମହାସଂଘର ଦାବି ପୂରଣ କରିବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି। ଆଜିର ଏହି ଆନ୍ଦୋଳନରେ ରଞ୍ଜିତ ନାଗ, ସନ୍ତୋଷ ଯୋଶୀ, ବିଶିକେଶନ ଦିପ, ସୁଦାମ ଦିପ, ସୁରେନ୍ଦ୍ର କରୁଆଁ, ଘନ ସାହୁଙ୍କ ସମେତ ରାକ୍ସି, ରୁପ୍ରା, କର୍ମେ ଗାଁ ଓ ସରିଆଁ ଗ୍ରାମ ପଞ୍ଚାୟତ ଅଞ୍ଚଳର ଶତାଧିକ ଡ୍ରାଇଭର ଉପସ୍ଥିତ ଅଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନର୍ଲା ପୋଲିସ ମୁତୟନ ହୋଇଛନ୍ତି। ଡ଼୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଦାବିଗୁଡ଼ିକର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.