ଖସିଗୁଡା-ବଡ଼ତୋଡ୍ରା ରାସ୍ତାର ଅବସ୍ଥା ବେହାଲ୍ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଗାଁର ବିକାଶ ଦେଶର ବିକାଶ ନାରା କେବଳ କାଗଜ କଲମରେ ବୋଲି ଏହି ଦୃଶ୍ୟ ଦେଖିଲେ ଜଣା ପଡୁଛି । ଏହି ରାସ୍ତା ରାୟଗଡ଼ା ଓ କଲ୍ୟାଣସିଂହପୁର ୪୫ ନମ୍ବର ରାଜ୍ୟ ରାଜପଥ କୋଡ଼ରେ ଥିବା ନାରାୟଣପୁର ପଞ୍ଚାୟତ ଖସିଗୁଡ଼ା ଗାଁ ରୁ ବଡ଼ ତୋଡ୍ରା ଗାଁ କୁ ଯାଇଥିବା ରାସ୍ତା । ଏହା ମାତ୍ର ୨ କିଲୋ ମିଟର ଦୂରରେ ଥିବା ପ୍ରାୟ ୧୦୦ ପରିବାର ବସବାସ କରୁଥିବା ବଡ଼ ତୋଡ୍ରା ଗ୍ରାମର ରାସ୍ତା ଅଟେ | ସ୍ୱାଧୀନତାର ସାତ ଦଶନ୍ଦି ଠାରୁ ଆଜି ଯାଏଁ ରାଜନୈତିକ ଅଭିସନ୍ଦିରେ ଅଟକି ଯାଇଛି ଏହି ରାସ୍ତା, ଠିକା କାମକୁ ନେଇ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଚୁପ ବସିବା ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତାରେ ବର୍ଷା ଟିକିଏ ହେଲେ ସାମାନ୍ୟ ରୋଗୀ ତଥା ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଉଥିବା ଗର୍ଭବତୀ ରୋଗୀ ଙ୍କୁ ବୋହି ଆଣିବା ନଜର ରହିଛି । ଆଜି ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ରାସ୍ତାରେ | ଖରାଦିନେ ବଡ଼ ବଡ଼ ଖାଲ ଢ଼ିପ ଓ ବର୍ଷା ଦିନେ ଖାଲ ସାଙ୍ଗକୁ କାଦୁଅ ପଚପଚ ଯୋଗୁଁ ଲୋକେ ଯାତାୟାତ କରିବାରେ କଷ୍ଟ ଭୋଗିବାକୁ ପଡୁଛି ବୋଲି ବୋଲି ବହୁବାର ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ବଡ଼ ତୋଡ୍ରା ଗ୍ରାମର କାମସିଂ ତିମାକା, ସୁବାସ ତିମାକା, ଶଙ୍କର ନିସିକା, ଡମ୍ବରୁଧର ନାଚିକା, ଶିରିପତି କାଡ୍ରାକା, ରିତା କାଡ୍ରାକା ଓ ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.