ଶିକ୍ଷକ ମାନସ ମାଝୀଙ୍କ ଦେହାନ୍ତ; ଅଞ୍ଚଳରେ ଶୋକର ଛାୟା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ମାଝୀଙ୍କ ବିଶାଖାପାଟଣା ସ୍ଥିତ କେଜିଏଚ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଅଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା। ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଗତ ୨ ତାରିଖ ଦିନ ତାଙ୍କୁ ଦେହ ଭଲ ନ ଲାଗିବାରୁ ଦୁଇ ଛୁଆ ଓ ସହଧର୍ମିଣି ଙ୍କୁ ନେଇ ଚିକିତ୍ସା ହେବା ପାଇଁ ବିଶାଖପାଟଣା ର ସରକାରୀ ଡାକ୍ତରଖାନା କେଜିଏଚ କୁ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବୁଧବାର ଆମ୍ବୁଲାନ୍ସ ଯୋଗେ ଶବ ଆସି ତାଙ୍କ ନିଜ ଗାଁ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦହଲରେ ସକାଳ ୬ ଟା ବେଳେ ପହଞ୍ଚିବା ପରେ ଗାଁ ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଜାତି ଭାଇ, ପରିବାର ବର୍ଗ, ବନ୍ଧୁ ବାନ୍ଧବଙ୍କ ସମେତ ମୁର୍ସିଙ୍ଗ ୟୁପିସ୍କୁଲ ର ପ୍ରଧାନ ଶିକ୍ଷକ ଶରତ କୁମାର ଭୋଇ, ଶିକ୍ଷକ ଦାସ ମାଝୀ, ଯୁଧିଷ୍ଠିର ମାଝୀ, ପର୍ବତ ଆରୋହୀ ଯୋଗଵ୍ୟାସ ଭୋଇ, ଦୈତାରୀ ଭୋଇ, ସଭାପତି ମହାନନ୍ଦ, ରୁପା ମାଝୀ, ଗୋପାଳ ମାଝୀ ପ୍ରମୁଖଙ୍କ ସମେତ ଅନେକ ଶିକ୍ଷକ ଉପସ୍ଥିତ ଥିଲେ। ସେ ଜଣେ ସରଳ, ଅମାୟିକ, ଶାନ୍ତ ସ୍ଵଭାବ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ। ତାଙ୍କ ବିୟୋଗରେ ଜନ୍ମ ଭୂମି ଦହଲ ସମେତ କର୍ମ ଭୂମି ରୁପ୍ରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ରୁପ୍ରା ସରପଞ୍ଚ ଡଲି ବେହେରା, ନର୍ଲା ବ୍ଲକ ଶିକ୍ଷା ଧିକାରୀ ତପିମଣି ଜାନୀ ଅତିରିକ୍ତ ବିଇଓ ଗୋବର୍ଦ୍ଧନ ମାଝୀ ଅବସର ପ୍ରାପ୍ତ ବିଇଓ ବିଜୟ ସେନାପତି ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.