ଜୟଦୁର୍ଗା ହାଇସ୍କୁଲରେ ଜାତୀୟ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ସ୍ଥିତ ଜୟଦୁର୍ଗା ହାଇସ୍କୁଲରେ ଜାତୀୟ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ବିଶ୍ବମ୍ବର ଭୋଇଙ୍କ ତତ୍ୱାବଧାନରେ ବିଦ୍ୟାଳୟ ପରିସରରେ ପିଆଶାଳ, ନିମ୍ବ, କଦମ୍ବ ଓ ଜାମୁକୋଳି ଆଦି ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ  ନାରାୟଣ ପଧାନ, ଚକ୍ରଧର ସା, ସଞ୍ଜୟ ସେନାପତି ଓ ବବି ରଣା ସହଯୋଗ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସାରା ଦେଶରେ ପାଳିତ ହେଉଥିବା “ଏକ ପେଡ ମା କେ ନାମ” ନାମକ ବୈଶିଷ୍ଟ୍ୟପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର ମିନି ନର୍ସରୀରୁ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ପ୍ରଦାନ କରି ନିଜ ଘରେ ଲଗାଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଏହି ଅବସରରେ ଶ୍ରୀ କର ବୃକ୍ଷର ଉପାଦେୟତା, ପରିବେଶ ଉପରେ ପ୍ରଭାବ, ଓ ଏହାର ନିମିତ୍ତ ନାଗରିକ ଦାୟିତ୍ୱ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଗଭୀର ସୂଚନା ଓ ପ୍ରେରଣା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.