ସୁବର୍ଣ୍ଣପୁର ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ମତ୍ସ୍ୟ ଚାଷୀମାନେ ଯୋଗ ଦେଇଥିଲେ । ମତ୍ସ୍ୟ ଚାଷୀଙ୍କୁ ମାଛ ଚାଷ ଉପରେ ସରକାର ଙ୍କ ପ୍ରମୁଖ ଯୋଜନା ଉପରେ ଆଲୋକପାତ କରି ମତ୍ସ୍ୟ ଚାଷୀ କିପରି ମାଛ ଚାଷ କରି ଅଧିକ ଲାଭବାନ ଓ ଉପକୃତ ହୋଇପାରିବେ ଏ ନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ ପ୍ରଥମେ ସ୍ଵାଗତ କରିବା ସହ ଚାଷୀଙ୍କୁ ମାଛ ଚାଷ ଓ ସରକାର ଙ୍କ ସମସ୍ତ ଯୋଜନା ଉପରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୂଖ୍ୟ ପ୍ରାଣୀ ଅଧିକାରୀ ଡ଼. ରଞ୍ଜନ ଦାସ ଯୋଗଦେଇ ମାଛ ଚାଷ କରିବା ସଙ୍ଗେ ସଙ୍ଗେ ଗାଈ, କୁକୁଡ଼ା, ବତକ ପାଳନ କରି କିପରି ଚାଷୀ ସରକାର ଙ୍କ ପ୍ରମୁଖ ଯୋଜନା ଗୁଡ଼ିକରୁ କିପରି ଉପକୃତ ହେଇପାରିବେ ଏହି ଯୋଜନା ଗୁଡ଼ିକୁ ବୁଝାଇଥିଲେ। ଏହି ଅବସରରେ ଜିଲ୍ଲାରେ ମାଛଚାଷ କରି ଲାଭବାନ ହୋଇଥିବା ତିନି ଜଣ ମତ୍ସ୍ୟ ଚାଷୀଙ୍କୁ ସମ୍ମାନିତ କରିଥିଲେ । ଆୟୋଜିତ ସଭାରେ ପୁରନ୍ଦର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ମସ୍କିମା ଲାକ୍ରା, ଅମିତ ଲାକ୍ରା, ସାଗର ମିତ୍ର, ଅଙ୍କିତ ମିଶ୍ର, ଏଏଫ୍ଓ ସଦର ପ୍ରତାପ କିଶୋର ମେହେର, ଏଏଫ୍ଓ ଉଲୁଣ୍ଡା ଶ୍ରବଣ କୁମାର କଅଁର, ଚିତ୍ତରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.