ଘରେ ପଶି ବୃଦ୍ଧାଙ୍କୁ ଗଳା କାଟି ହତ୍ୟା: କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଫେରାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧିନସ୍ତ ମୂଷିଗୁଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ତାଳବରା ଗାଁର ଜନନୀ ହରିଜନଙ୍କ ପରିବାର ଭବାନୀପାଟଣା ସଦର ବ୍ଲକ ଯୁଗସାଇପାଟଣା ପଞ୍ଚାୟତ ଅନ୍ତର୍ଗତ ମୂଷିଗୁଡା ଗାଁରେ ଦୀର୍ଘ ୧୦ବର୍ଷ ହେଲା ବସବାସ କରି ପୋଡୁ ଚାଷ କରିଆସୁଥିଲେ। ତେବେ ମୂଷିଗୁଡ଼ା ସ୍ଥିତ ନିଜ ଘରେ ଜନନୀ ହରିଜନ (୬୧) ଓ ସୁଦାମା ହରିଜନ(୪୦) ଦୁଇଜଣ ମହିଳା ରାତିରେ ଶୋଇପଡ଼ିଥିବା ବେଳେ ଉକ୍ତ ଗାଁର ସଂଜୀତ ନାଏକ (୨୦)ବିଳମ୍ବିତ ରାତିରେ ଆସି ଜୋର ଜବରଦସ୍ତ ଘରେ ପଶି ଜନନୀ ନାଏକ (୬୧)ଙ୍କୁ ଗଲାକାଟୀ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ କେଉଁ କାରଣରୁ ଅଭିଯୁକ୍ତ ସଂଜିତ ନାଏକ ମହିଳାଙ୍କୁ ଗଲାକଟି ହତ୍ୟା କରିଛି ଏବଂ କେଉଁ ପ୍ରକାର ମାରଣାସ୍ତ୍ର ବ୍ୟବହାର କରି ହତ୍ୟା କରିଛି ତାହା ଏବେ ଯାଏଁ ସ୍ପଷ୍ଟ ଜଣାପଡ଼ି ନ’ଥିବା ବେଳେ ଘଟଣା ଘଟେଇ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଖବର ପାଇ ଭବାନୀପାଟଣା ସଦର ଥାନ ଅଧିକାରୀ ସୌମ୍ୟରଞ୍ଜନ ପଧାନ, ଏସ୍ଆଇ ସୁନିତା ସେଠି ସମେତ କଳାହାଣ୍ଡି ସାଇନ୍ସଟିଫିକ୍ ଟିମ ଡଷ୍ଟ ସ୍କୁଆଡ଼ କେ ନାଇନ୍ ଘଟଣା ସ୍ଥଳରେ ପହଞ୍ଚି କେସ ନଂ ୩୨୪/୨୫/୧୦୩.(୧ ବିଏନଏସ )ହତ୍ୟା ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛନ୍ତି। ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ନ୍ୟାୟ ସହ ଦୋଷୀଙ୍କୁ ଗିରଫ କରି ଫାଶୀଦଣ୍ଡ ଦିଆଯାଉ ବୋଲି ଦାବି କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.