କାର ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି-ମୋଟେର ମଝି ରାସ୍ତାରେ ଗୁରୁବାର ଏକ କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକରେ ଥିବା ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଗୁରୁତର ଜଣକ ନର୍ଲା ବ୍ଳକ ଅନ୍ତର୍ଗତ କେର୍ବାଣ୍ଡି ଗ୍ରାମର ଭାରତ ଭୁଷଣ ନାଏକ ବୋଲି ଜଣାପଡ଼ିଛି।
ସୂଚନା ଯେ’ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ହାଇସ୍କୁଲରେ ଶିକ୍ଷକ ଥିବା ଭାରତ ଭୁଷଣ ଆଜି ସେଠାରୁ ବାଇକ୍ ଯୋଗେ ନିଜ ଗାଁ କେର୍ବାଣ୍ଡିକୁ ଫେରୁଥିବାବେଳେ ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି-ମୋଟେର ମଝି ରାସ୍ତାର ରାଇସ ମିଲ ନିକଟରେ ତାଙ୍କ ବାଇକ୍ କୁ ମୋଟେର ପଟୁ ଦ୍ରୁତଗତିରେ ଆସୁଥିବା ଏକ କାର (ଓଡି-୦୮-କେ ୭୩୧୩) ନମ୍ବର ଗାଡ଼ି ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍ ଆରୋହୀ ଶିକ୍ଷକ ଭାରତ ଭୁଷଣ ଛିଟକି ପଡି ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା କାରକୁ ଘଟଣା ସ୍ଥଳରେ ଛାଡ଼ିଦେଇ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ପଡିଥିବା ଶିକ୍ଷକଙ୍କୁ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଗୁରୁତର ଭାରତ ଭୁଷଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ସ୍ଥାନାନ୍ତର କରିଥିବା ଜଣାପଡିଛି। କୋକସରା ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.