ସାଗର ପଡା ୟୁପି ସ୍କୁଲରେ ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ 

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାଗର ପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସର ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ବୈଠକରେ କଣ୍ଟାବାଞ୍ଜି ସହରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଥିଲେ। କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ଜଣାଇ ତାଲିମ୍ କୁ ଆରମ୍ଭ କରି ଥିଲେ। ସରକାରଙ୍କ ଦ୍ଵାରା ଚଳିତ ବର୍ଷ ସମସ୍ତ ସରକାରୀ ବିଦ୍ୟାଳୟ ରେ ୫+ ପିଲାଙ୍କ ପାଇଁ ଶିଶୁ ବାଟିକା ଖୋଳିଅଛି। ସେହି ଶିଶୁ ବାଟିକାରେ କୁନି କୁନି ପିଲାଙ୍କ ସହ ଶିକ୍ଷକ କିପରୀ ଭାବର ଆଦାନ ପ୍ରଦାନ କରି ଶିକ୍ଷାଦାନ ଦେବେ ସେ ବିଷୟରେ ପୁଙ୍ଖାନୂପୁଙ୍ଖ ଆଲୋଚନ ହୋଇଥିଲା।ତତ୍ ସହିତ ଅନ୍ୟାନ୍ୟ ବିଷୟଗତ ଆଲୋଚନ ମଧ୍ୟ ହେଇଥିଲା। ଆଜିକାର ତାଲିମରେ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର, ସ୍ଵର୍ଣ୍ଣ ଲତା ଦାସ ନିରୁପମା ମିଶ୍ର, ସୁଭାଷିନୀ ମେହେର, ଅଞ୍ଜଳୀ ଧରୁଆ, ସବିତା ରଣା, ଲାବନ୍ୟାବତୀ ଧରୂଆ, ଶାନ୍ତିଲତା ଭୋଇ, ବୀଣାପାଣି ଦାଶ, କୁସୁମ ମଞ୍ଜରୀ ନାଗ, ସଂଘମିତ୍ରା ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେ ଶେଷରେ ଶିକ୍ଷକ ସୁରେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.