କାଳୀକୃଷ୍ଣ ସଂଘ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଓଡ଼ିଆ ବାର୍ତ୍ତା/ ଜୟପୁର: ଆଧ୍ୟାତ୍ମିକ ତଥା ସାମାଜିକ ଅନୁଷ୍ଠାନ କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ଵାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୩ତମ ଧରାବତରଣ ଦିବସ (ତା ୨୦ ଜୁଲାଇ) ଉପଲକ୍ଷେ ଆୟୋଜିତ ପଞ୍ଚ ଦିବସୀୟ  କାର୍ଯ୍ୟକ୍ରମର ତୃତୀୟ ଦିବସ ରବିବାର ଦିନ ସଂଘ ତରଫରୁ ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ମାର୍ଗଦର୍ଶନରେ ଜୟପୁର ସ୍ଥିତ କାଳୀକୃଷ୍ଣ ମନ୍ଦିରରେ ଡ଼ା. ନମ୍ରତା ଚକ୍ଷୁ ଚିକିତ୍ସାଳୟ, ଜୟପୁର ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ତଥା ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି। ଏହି ଅବସରରେ ଡ଼ା. ନମ୍ରତା ମାଝୀ, ଚକ୍ଷୁ ବିଶେଷଜ୍ଞ ତଥା ସହଯୋଗୀ ବାସନ୍ତୀ ପ୍ରଧାନ, ଏଲିଜା ବେଥ, ବି ରାମକୃଷ୍ଣ, ଆୟୁଷ ଆଦର୍ଶ ସାହୁ ଏବଂ ଶୁଭଙ୍କର ଦାସ, ଶତାଧିକ ହିତାଧିକାରୀଙ୍କ ଚକ୍ଷୁ ଚିକିତ୍ସା ଏଵଂ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିଥିଲେ। ଅନେକଙ୍କୁ ମାଗଣାରେ ଚଷମା ଏବଂ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା। ଶିବିରଟିକୁ ଶ୍ରୀ ବଳଦେଵାନନ୍ଦଜୀ ମହାରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏଵଂ ସଙ୍ଘର ଅନୁଗାମୀ ଶ୍ରୀ ଅର୍ଜ୍ଜୁନ ପଟ୍ଟନାୟକ, ଗିରିଜାନନ୍ଦ, ମୁକୁନ୍ଦାନନ୍ଦ, ମୃତୁଞ୍ଜୟ ଠାକୁର,ଅମିତା ମିଶ୍ର , ଦିବାକର ଦଳାଇ, ଅରୁଣ ଷଡଙ୍ଗୀ, ଜନ୍ମେଜୟ ଦାଶ , କାଳୀକୃଷ୍ଣ ପତି, ଅନିଲ ପଣ୍ଡା, ସନ୍ତୋଷ କହଁର, ମାନଙ୍କର ସାହାଯ୍ୟ ସହଯୋଗ ରେ କାର୍ଯ୍ୟକ୍ରମର ସଫଳ ସମାପନ ହୋଇଥିଲା ।ଏହି ନିଶୁଃଳ୍କ ଶିବିରରେ ଅନ୍ୟୁନ ୧୨୫ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ । ସଂଘର ଏପରି ଜନ ମଙ୍ଗଳ କାର୍ଯ୍ୟକୁ ଜନ ସାଧାରଣରେ ପ୍ରଶଂସା କରାଯାଇଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.