ନିଆଁ ଲାଗି ପୋଡିଗଲା ଘର: ଦୁର୍ଗତ ପରିବାର ପାଖରେ ପହଞ୍ଚିଲେ କୋକସରା ବ୍ଳକ ଉପାଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନିଆଁ ଲାଗି ଯିବାରୁ ଘର ପୋଡି ସର୍ବସ୍ବାନ୍ତ ହୋଇଥିବା ଡୁଡୁକାଠେଙ୍ଗା ଗ୍ରାମର ଦିବ୍ୟାଙ୍ଗ ଲିଙ୍ଗରାଜ ବେଶ୍ରାଙ୍କ ପରିବାରକୁ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସାକ୍ଷାତ କରିଛନ୍ତି।  ବର୍ତ୍ତମାନ ପରିସ୍ଥିତିରେ ଯେମିତି ଘର ଚଲିବ ସେଥିପାଇଁ ସେ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆସବାବପତ୍ର ଓ ପୋଷାକ ଓ ବହିପତ୍ର ଯୋଗଦେଇଛନ୍ତି। ଏଥି ସହିତ ଉକ୍ତ ପରିବାରକୁ ସରକାରୀ ସ୍ତରରେ ଯେମିତି ସହଯୋଗ ମିଳି ପାରିବ ସେନେଇ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହ ଅନ୍ତୋଦୟ ଯୋଜନାରେ ଘର ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୧୮ ତାରିଖରେ ଘର ଛାଡ଼ି ଦିବ୍ୟାଙ୍ଗ ଲିଙ୍ଗରାଜ ବେଶ୍ରାଙ୍କ ପରିବାର ସମ୍ପର୍କୀୟ ଘରକୁ କୁଣିଆ ହୋଇ ଯାଇଥିଲେ। ତେବେ ସହି ରାତ୍ରିରେ କୌଣସି ପ୍ରକାରେ ନିଆଁ ଲାଗି ତାଙ୍କ ଘର ପୋଡି ଯାଇଥିଲା। ଏହା ଫଳରେ ଘରେ ଥିବା ଚାଉଳ, ଡାଲି ସହ ଆସବାବପତ୍ର ଓ ବିଦ୍ୟାର୍ଥୀଙ୍କ ଡ୍ରେସ, ବହି ଖାତା, ଗୃହ ପାଳିତ ପକ୍ଷୀ କୁକୁଡ଼ା ଆଦି ପୋଡି ଯାଇଥିଲା। ଯାହା ଫଳରେ ସମ୍ପୂର୍ଣ୍ଣ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.