ମଦଭାଟି ଭିତରୁ ଡ଼ାକି କର୍ମଚାରୀଙ୍କୁ ହତ୍ୟା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୈାଡ): ମଦ ଭାଟି କର୍ମଚାରୀଙ୍କୁ ପିଟି ପିଟି ହତ୍ୟା। ବଲାଙ୍ଗିର ସିନଖମନ ରେ ୨ ଜଣ ମଦଭାଟି କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି ବଲାଙ୍ଗିର ସଦର ଥାନାରେ। କିଛିଦିନ ପୂର୍ବରୁ ସିନଖମନ ଗାଁର କିଛି ଯୁବକଙ୍କ ସହ ମଦଭାଟି ମ୍ୟାନେଜର ଙ୍କ କୌଣସି କାରଣରୁ ବଚସା ହୋଇଥିବା ସୂଚନା ରହିଛି। ଗତକାଲି ଦିନ ୩ ଟା ସମୟରେ ଗାଁର କିଛି ଯୁବକ ମଦଭାଟି ମ୍ୟାନେଜର ଙ୍କୁ ଫୋନ୍ କରି କହିଥିଲେ ଆମର ସଡ଼କ ଦୁର୍ଘଟଣା ଘଟିଛି ଆମକୁ ଆଶ୍ଚର୍ଯ୍ୟ କର।ମ୍ୟାନେଜର ସଙ୍ଗେ ସଙ୍ଗେ ଦୁଇଜଣ ଙ୍କୁ ପଠାଇ ଦେଇଥିଲେ। ମଦଭାଟି କର୍ମଚାରୀ ରାସ୍ତାରେ ପହଞ୍ଚି ଯୁବକ ମାନଙ୍କୁ ଭେଟିଥିଲେ। ତାଙ୍କର କୌଣସି ଦୁର୍ଘଟଣା ଘଟି ନଥିବା ଜାଣିବାକୁ ପାଇଥିଲେ ମଦଭାଟି କର୍ମଚାରୀ ମାନେ। ଯୁବକମାନଙ୍କ ସହ ଭାଟି କର୍ମଚାରୀଙ୍କ ବଚସା ସୋଇଥିଲା, ଯୁବକ ମାନେ ତୁମ ମ୍ୟାନେଜର ଙ୍କୁ ଡାକ ବୋଲି ମାରପିଟ୍ କରିଥିଲେ ସେମାନଙ୍କୁ। ଜଣେ କର୍ମଚାରୀ ମଦଭାଟି ମ୍ୟାନେଜର ଙ୍କୁ ଡାକିବାକୁ ଗଲା ସମୟରେ ଯୁବକ ମାନଙ୍କ ସାଙ୍ଗରେ ଶାରଦା ଯାଦବ ଙ୍କ ବଚସା ହୋଇଥିଲା। ପରେ ବଚସା ବଢିବାରୁ ହାତାହାତି ହୋଇ ଯୁବକଙ୍କ ଆକ୍ରମଣରେ ୨ କର୍ମଚାରୀ ଗୁରୁତର ହୋଇଥିଲେ। ଘଟଣାସ୍ଥଳରୁ ୨ ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତର ସେଠାରେ ଶାରଦା ଯାଦବଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଯୁବକ ମାନେ ଫେରାର ହୋଇଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.