ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ଗ୍ରା ପ ଅନ୍ତର୍ଗତ ବିଜୁ କଲ୍ୟାଣ ମଣ୍ଡପ ଠାରେ ମହାଶକ୍ତି ଫାଉଣ୍ଡେସନ ଓଏଲଟିଆଇ ମାଇଣ୍ଡଟ୍ରି ର ମିଳିତ ସହଯୋଗ ରେ କାର୍ଯ୍ୟରତ ସମ୍ୱନ୍ୱିତ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ତରଫରୁ ଏକ ଶାରୀରିକ ତାଲିମ୍ କାର୍ଯ୍ୟକ୍ରମ ର ଉଦ୍ଘାଟନ ଉତ୍ସବ ଆୟୋଜିତ ହୋଇଥିଲା।ଉଦ୍ଘାଟନ କାର୍ଯ୍ୟକ୍ରମ ରେ ମଦନପୁର ଗ୍ରାମ ପଂଚାୟତ ର ବିଭିନ୍ନ ଗ୍ରାମ ରୁ ଅନେକ ଇଛୁକ ଯୁବକ ଓ ଯୁବତୀ ମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବ ମଦନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ କେତକୀ ଦାଣ୍ଡିଆ, ଏବଂ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରୁଥିଲେ ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ ସମେତ ଗ୍ରାମ ପଂଚାୟତ ର ବରିଷ୍ଠ ସମାଜସେବୀ ବନମାଳୀ ସିଂ । କାର୍ଯ୍ୟକ୍ରମ ରେ ଉପ ବ୍ଲକ ସଂଯୋଜକ ସମୀର ପୁଝାରୀ ମଞ୍ଚ ପରିଚାଳନା କରିବାବେଳେ, ଅବସର ପ୍ରାପ୍ତ ତାଲିମ୍ ଦାତା କୌସ୍ତୁଭ କୁମାର ପଣ୍ଡା ଯୁବକ ମାନଙ୍କୁ ତାଲିମ୍ ର ନିୟମାବଳୀ ଉପସ୍ଥାପନ କଲେ ଏବଂ ବ୍ଲକ ସଂଯୋଜିକା ସୁଶ୍ରୀ ଭାଗ୍ୟଶ୍ରୀ ରାଉତ ଶାରୀରିକ ତାଲିମ୍ ଆୟୋଜନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବର୍ଣନା କରିଥିଲେ ଏବଂ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।ସମସ୍ତ ସିଆରପି ମାନେ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ ।





