ନର୍ଲାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଗୁରୁ ଦକ୍ଷିଣା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବରିଷ୍ଠ ସ୍ବୟଂ ସେବକ ତଥା  ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକଙ୍କ ନେତୃତ୍ୱରେ ଶନିବାର ଅପରାହ୍ନ ୪ ଘଣ୍ଟା ସମୟରେ ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇଯାଇଛି। ଶ୍ରାବଣ ପୂର୍ଣ୍ଣିମା ସପ୍ତାହ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏହି ଗୁରୁ ଦକ୍ଷିଣା ଉତ୍ସବ ପାଳନ କରିଥାଏ।ଏହି ପରିପ୍ରେକ୍ଷୀରେ ଶନିବାର ନର୍ଲା ଅଞ୍ଚଳର ସ୍ୱୟଂ ସେବକ ମାନେ ବହୁ ସଂଖ୍ୟାରେ ନର୍ଲା ଶିଶୁ ମନ୍ଦିର ଠାରେ ସମବେତ ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସଂଘର ପ୍ରତୀକ ଗୈରିକ ଧ୍ୱଜ ସ୍ଥାପନ କରାଯାଇଥିଲା।ଧ୍ୱଜ ସ୍ଥାପନା ପରେ ସ୍ୱୟଂ ସେବକ ମାନେ ଧ୍ୱଜ ପ୍ରଣାମ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଖଣ୍ଡ କାର୍ଯ୍ୟବାହ ଶ୍ରୀ ନାଏକ ଗୁରୁ ପୂଜନ ପରମ୍ପରା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଭିମୁଖ୍ୟ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ।ଏଥିରେ ମୁଖ୍ୟବକ୍ତା ଭାବରେ ଜିଲ୍ଲା କାର୍ଯ୍ୟବାହ ଆଶ୍ୱିନ କୁମାର ପଣ୍ଡା ଯୋଗଦାନ କରି ଶ୍ରୀ ଗୁରୁଜୀଙ୍କ ରାଷ୍ଟ୍ରପ୍ରତି ତ୍ୟାଗପୁତ ମନୋଭାବ ଓ କର୍ତ୍ତବ୍ୟ ନିଷ୍ଠତା ଉପରେ ମାର୍ଗଦର୍ଶନ ଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସ୍ୱୟଂ ସେବକ ତଥା ସମାଜ ସେବୀ କଲ୍ୟାଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ଏହାପରେ ଉପସ୍ଥିତ ସ୍ୱୟଂ ସେବକ ମାନେ ଶକ୍ତି ଅନୁଯାୟୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଗୁରୁ ଗୈରୀକ ଧ୍ୱଜ ନିକଟରେ ଦକ୍ଷିଣା ଅର୍ପଣ କରିଥିଲେ।ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ପରେ ସଂଘର ସାମୁହିକ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ନର୍ଲା ଶିଶୁ ମନ୍ଦିରର ଗୁରୁଜୀ ଥୟରାଜ ହୀରା ସଂଘ ପ୍ରାର୍ଥନା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱୟଂ ସେବକ ମାନଙ୍କ ମଧ୍ୟରେ ଅଜୟ କୁମାର ନାଏକ, ସମୀର କୁମାର ନାଏକ,ନୀଳକଣ୍ଠ ବେହେରା, ପ୍ରଦୀପ କୁମାର ନାଏକ, ରଘୁନାଥ ସେଠୀ, ପ୍ରଫୁଲ୍ଲ କୁମାର ନାଗ, ଅନନ୍ତ ମାଝୀ, ବିଷ୍ଣୁ ବଡ଼ପଣ୍ଡା, ଦେବରାଜ ଗୌଡ, ରଘୁନାଥ ଗୌଡ, ଜୟଦେବ ପୋଢ଼, ତୁଳସୀ ବିଶି, ପ୍ରମୋଦ ସେନାପତି, ନୀଳକଣ୍ଠ ବେହେରା, କୈଳାଶ ଭୋଇ,ପ୍ରକାଶ ଭୋଇ, ପପୁ ନାଏକ, ସୁବନ ସାହୁ, ନର୍ଲା ସରସ୍ବତୀ ଶିଶୁ ମନ୍ଦିରର ଗୁରୁଜୀ ବୃନ୍ଦ ପ୍ରମୂଖଙ୍କ ସମେତ ଶତାଧିକ ଆରଏସଏସ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.