ତେତେଲଖୁଣ୍ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତେତେଲଖୁଣ୍ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ କାରଗିଲ ବିଜୟ ଦିବସ ଅବସରରେ ‘ମା କା ନାମ ଏକ ପେଡ’ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମକରଧ୍ବଜ ରାଉତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିବ ଶଙ୍କର ନାଏକ, ସରପଞ୍ଚ ଚାରଭାଟି, ବିଜ୍ଞାନ ଶିକ୍ଷକ ସମରେନ୍ଦ୍ର ଶେଖର ଦାଶ ବକ୍ତା, ସମ୍ମାନିତ ଅତିଥି ଭାବରେ ସନ୍ତୋଷ ପଟେଲ ସଭାପତି, ବିଦ୍ୟାଳୟ ପରିଚାଳନା କମିଟି, ଉପ ସଭାପତି ଛତ୍ରିଆ ମାଡାମ ଉପସ୍ଥିତ ରହି ସ୍ୱଚ୍ଛ ଓ ସବୁଜ ପୃଥିବୀ ସୃଷ୍ଟି ପାଇଁ ବୃକ୍ଷ ରୋପଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇ ବୃକ୍ଷର ଉପକାରିତା ଜଣାଇବା ସହ ବୃକ୍ଷ ରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ। ଇକୋ କ୍ଲବ ଦାୟିତ୍ଵରେ ଶିକ୍ଷକ ଟଙ୍କଧର ଶବର ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷକ ପ୍ରିୟମ୍ବଦା ଜେନା, ବବିସ୍ମିତା ମିଶ୍ର ସହିତ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.