ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଇଏସଆରଡି: ଅନ୍ତର୍ଗତ ସଖୀ ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ପାଳନ ଅବସରରେ ଶିଶୁ ଚାଲାଣ ରୋକିବା ତଥା ଶିଶୁ ଚାଲାଣକାରୀ ମାନଙ୍କ ଠାରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସମ୍ପର୍କିତ ଏକ ସଚେତନତା ମୂଳକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ କାର୍ଯକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ଯାଣ ବିଭାଗ ର ଆଞ୍ଚଳିକ ସଂଯୋଜକ ଶ୍ରୀଯୁକ୍ତ ଶ୍ରୀନୀବାସ ପାଣୀଗ୍ରାହୀ ଯୋଗଦେଇ ମାନବ ଚାଲାଣ ବିଷୟରେ ଗ୍ରାମ୍ୟ ସ୍ତରରୁ ସଚେତନତା ସୃଷ୍ଟି କରିବା ଓ ଏହାର ପୀଡିତାଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ମାନବ ଚାଲାଣ ରୋକିବା ଏବଂ ଦୁର୍ବଳ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବାରେ ସମ୍ପ୍ରଦାୟ-ଆଧାରିତ ପ୍ରୟାସର ଭୂମିକାକୁ ଗୁରୁତ୍ୱ ଦେବା ସହ ମାନବ ଚାଲାଣ ବିରୋଧରେ ଲଢ଼ିବା , ବଞ୍ଚିଥିବା ଲୋକଙ୍କୁ ସମର୍ଥନ କରିବା ଏବଂ ଭବିଷ୍ୟତରେ ହେଉଥିବା ପୀଡିତାକୁ ରୋକିବା ପାଇଁ ଗ୍ରାମ୍ୟସ୍ତରୀୟ ପ୍ରୟାସକୁ ଉତ୍ସାହିତ କରିବାକୁ ଆହ୍ଵାନ ଦେଇଥିଲେ |

ଉକ୍ତ କାର୍ଯକ୍ରମ ରେ ସମ୍ମାନୀତ ଅତିଥି ଭାବେ ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ନୋଡାଲ ପୋଲିସ ଅଧିକାରିଣୀ ଶ୍ରୀମତୀ ନମିତା ପାଢ଼ୀ ; ସ୍ଵୟଂ ପ୍ରକଳ୍ପ ଜିଲ୍ଲା ସଂଯୋଜିକା ଶ୍ରୀମତୀ ଶିବାନୀ ପାଣୀଗ୍ରାହୀ , ଜାତୀୟ ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ପ୍ରମୋଦ କୁମାର ପାଢୀ , ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶିନୀ , ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମାନବ ଚାଲାଣର ବାସ୍ତବତା, ଏହାର ବିଭିନ୍ନ ରୂପ ଓ ବ୍ୟକ୍ତି ଏବଂ ସମ୍ପ୍ରଦାୟ ଉପରେ ଏହାର ବିନାଶକାରୀ ପ୍ରଭାବ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ସୂଚନା ଦେବା ସହ ପୀଡିତାଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା , ଚିକିତ୍ସା ସେବା ଯୋଗାଇ ଦେବା ଏବଂ ମାନସିକ ସମର୍ଥନ ପାଇବା ସମେତ ଚାଲାଣ ପୀଡିତାଙ୍କ ସୁରକ୍ଷା ଏବଂ ସମର୍ଥନ ସୁନିଶ୍ଚିତ କରିବା ଏବଂ ମାନବ ଚାଲାଣ ରୋକିବା ତଥା ସୁରକ୍ଷାକୁ ସୁଦୃଢ଼ କରିବା , ଆଇନ ପ୍ରବର୍ତ୍ତନ ପ୍ରୟାସକୁ ବୃଦ୍ଧି କରିବା ଏବଂ ମାନବ ଚାଲାଣର ମୂଳ କାରଣଗୁଡ଼ିକୁ ଖୋଜି ସମାଧାନ କରିବା ଭଳି ପ୍ରତିରୋଧକ ପଦକ୍ଷେପ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ। ।

ଏହି କାର୍ଯ୍ୟକ୍ରମରେ ଆଇଏସଆରଡି: ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ , ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ ଶ୍ରୀ ନାଗେଶ୍ଵର ଚୌଧୁରୀ ଅତିଥି ମାନଙ୍କ ନିମନ୍ତେ ସ୍ଵାଗତ ଜଣIଇଥିଲେ | ଏହି ଦିବସ ପାଳନ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସ୍କୁଲ ଓ କଲେଜର ର ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ରଚନା , ବକ୍ତୃତା , ଚିତ୍ରାଙ୍କନ , ମ୍ୟୁଜିକାଲ ଚେୟାର ପ୍ରଭୃତି ପ୍ରତିଯୋଗୀତା ମାନ କରା ଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ସଖୀ ୱାନ ଷ୍ଟପ କେନ୍ଦ୍ରର ପ୍ରସାଶିକା ଶ୍ରୀମତୀ ସୁନିତା ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

ଏହି କାର୍ଯକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆଇଏସଆରଡି: ୱାନ ଷ୍ଟପ କେନ୍ଦ୍ରର ମଧୁସ୍ମିତା ପାଢୀ , ସୁନିତା ବେହେରା , ମୋହିନୀ ପ୍ରଧାନ , ଶ୍ରୀଲକ୍ଷ୍ମୀ ପାଣୀଗ୍ରାହୀ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି ସୁରେଶ କୁମାର , ଦିବ୍ୟ କୁମାର ସୁଆର , ନିରୁପମା ରାଉଳ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.