ସାମ୍ବାଦିକ ମଳୟ ବେନୁଆଙ୍କ ପତ୍ନୀ ବିୟୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ପିଈଡବ୍ଲୁ ମିଡ଼ିଆ ଆସୋସିଏସନ୍ ସଦସ୍ୟ ତଥା ସାମ୍ବାଦିକ ମଳୟ ବେନୁଆଙ୍କ ପତ୍ନୀ ଦୁଲଣୀ ବେନୁଆ (୨୫)ଙ୍କର ଆଜି ଅକାଳେ ବିୟୋଗ ଘଟିଛି। ଦୁଲଣୀଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ବହୁ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତି କରିବା ସହିତ ଲାଞ୍ଜିଗଡ଼ ବ୍ଲକ ବେଢ଼ାଗାଁ ପଞ୍ଚାୟତ ସିନ୍ଦିବାହାଲି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରି ଶୋକସନୃପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଦୁଲଣୀ ସିକିଲିନ୍ ରୋଗରେ ଦୀର୍ଘଦିନ ଧରି ପୀଡିତ ହୋଇ ବିଷମକଟକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ମୃତ୍ୟୁ ଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.