ବରପଦରଗାଁର ଶ୍ରୀକାନ୍ତ ନନ୍ଦ ଅପହରଣ ମାାମଲା, ତଦନ୍ତ କରୁଛି ପୋଲିସ

ବଲାଙ୍ଗୀର,୯/୮ :  ପୁଇଁତଲା ବ୍ଲକ ଅନ୍ତର୍ଗତ ବରପଦର ଗ୍ରାମର  ଶ୍ରୀକାନ୍ତ ନନ୍ଦଙ୍କୁ କିଏ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଶ୍ରୀକାନ୍ତ ଦୀର୍ଘ ଦିନରୁ କଦଳୀ ଗୋଦାମରେ କାମ କରି ନିଜ ପରିବାରର ପେଟ ପାଟଣା କରିଆସୁଥିଲେ । ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟା ୫ଟା ସମୟରେ ସେ ବଲାଙ୍ଗୀର ଆସିଥିଲେ। ତେବେ ରାତି ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ  ପୁଇଁତଲା ଥାନାରେ ଅପହରଣ ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି।

ଯାହାକୁ ନେଇ ଆଜି ପୁଇଁତଲା ପୋଲିସ, ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ପହଁଚି ତଦନ୍ତ ଆରମ୍ଭ କରିଥିଲେ।  ବରପଦର ଗାଁ ଠାରୁ ୩ କିଲୋମିଟର ଦୂରତାରେ ଶ୍ରୀକାନ୍ତ ନନ୍ଦଙ୍କ ହିରୋହଣ୍ଡା ଗ୍ଲେମର, ବାଇକ ଚଷମା, ଚପଲ, ଓ ଅଣ୍ଡା ପେଟି ମଧ୍ୟ ପଡିଥିବା ପୋଲିସ ଘଟଣା ସ୍ଥଳରୁ ପାଇଛି। ତେବେ ଏହାକୁ ଆଧାର କରି ଶ୍ରୀକାନ୍ତଙ୍କ ପରିବାର ଲୋକେ ଏବଂ ପୋଲିସ ଅପହରଣ ହୋଇଥିବା ସନ୍ଦେହ କରୁଛନ୍ତି । ତେବେ ଶ୍ରୀକାନ୍ତ ନନ୍ଦ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ କିଏ କାହିଁକି ତାକୁ ଅପହରଣ କରିଛି ତାହା ଏବେ ଜନସାଧାରଣ ମଧ୍ୟରେ ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବଲାଙ୍ଗୀରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta. in 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.