ଖବର ପ୍ରକାଶ ପରେ ବଦଳିଲା ବିଦ୍ୟୁତ୍ ଖୁଣ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଲାଞ୍ଜିଗଡ଼ରୋଡ଼ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗଉଡ଼ଙ୍କ ଘର ସାମ୍ନାରେ ଥିବା ପୁରୁଣା ବିଦ୍ୟୁତ୍ ଖୁଣ୍ଟ କଳଙ୍କି ଲାଗି ବିପଦକୁ ଆମନ୍ତ୍ରଣ କରୁଥିଲା। ଏହାକୁ ନେଇ ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରସାରଣ ପରେ ବିଦ୍ୟୁତ୍ ବିଭାଗର ନିଦ ଭାଙ୍ଗିଛି। ସୂଚନାଯୋଗ୍ୟ ଲାଞ୍ଜିଗଡ଼ରୋଡ଼ ଗାଁରେ ଥିବା ପୂର୍ଣ୍ଣଚନ୍ଦ୍ର ଗଉଡ଼ଙ୍କ ଘର ସାମ୍ନାରେ ବହୁ ବର୍ଷରୁ ପୋତା ହୋଇଥିବା ପୁରୁଣା ଲୁହା ବିଦ୍ୟୁତ ଖୁଣ୍ଟ କଳଙ୍କି ଲାଗି ବିପଜ୍ଜନକ ଅବସ୍ଥାରେ ରହିଥିଲା ଏହା ଏକ ବଡ ଧରଣର ଦୁର୍ଘଟଣାକୁ ନିମନ୍ତ୍ରଣ କରୁଥିଲା। ପୂର୍ଣ୍ଣଚନ୍ଦ୍ର ଗଉଡ଼ଙ୍କ ସମେତ ଗାଁ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ବି କୌଣସି ପଦକ୍ଷେପ ନନେଇ ଚୁପ ବସି ରହୁଥିଲା ବିଶ୍ଵନାଥପୁର ବିଦ୍ୟୁତ ବିଭାଗ। ବିଦ୍ୟୁତ ଖୁଣ୍ଟର ଅବସ୍ଥା ଦେଖି ସେହି ରାସ୍ତାଦେଇ ଯାତାୟତ କରିବାକୁ ଲୋକେ ଭୟ କରୁଥିଲେ।ପରିସ୍ଥିତି ଏପରି ଥିଲା ଯେ ଏହା ଭାଙ୍ଗିବା ସହ କାହାର ଘର ଉପରେ କିମ୍ବା ଏହା ଦ୍ବାରା ଜୀବନ ହାନି ହେବା ଆଶଙ୍କା ଦେଖାଦେଉଥିଲା। ବିପଦ ସଂକୁଳ ବିଦ୍ୟୁତ ଖୁଣ୍ଟ ପରିବର୍ତ୍ତନ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ଅବଗତ କରାଗଲେ ମଧ୍ୟ ଏଥି ପ୍ରତି ବିଭାଗୀୟ ପଦାଧିକାରୀ କର୍ଣ୍ଣପାତ କରୁନରୁନଥିଲେ। ଏନେଇ ‘ଓଡିଆ ବାର୍ତ୍ତା’ରେ ଖବର ପ୍ରକାଶ ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତେବେ ସେହି ପୁରୁଣା ବିଦ୍ୟୁତ ଖୁଣ୍ଟକୁ ବାହାର କରିଯାଇ ନୂତନ ସିମେଣ୍ଟ ଖୁଣ୍ଟରେ ତାର ଗୁଡ଼ିକ ସଂଯୋଗ କରାଯାଇଛି। ଏହା ପରେ ପୂର୍ଣ୍ଣଚନ୍ଦ୍ର ଗଉଡ଼ ଓ ଗ୍ରାମବାସୀ ଆଶ୍ବସ୍ତ ପ୍ରକାଶ କରିବା ସହିତ ‘ଓଡିଆ ବାର୍ତ୍ତା’କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.