ସୁବର୍ଣ୍ଣପୁର ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି

ଜିଲ୍ଲା ଓକିଲ ସଂଘ ଦ୍ବାରା ମନ୍ତ୍ରୀ ପଦ୍ମନାଭ ବେହେରା ଓ ନିରଞ୍ଜନ ପୁଝାରୀଙ୍କୁ ସୁବର୍ଣ୍ଣପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ପତ୍ର ପ୍ରଦାନ

Omkar Vasthu
Omkar Vasthu

ସୋନପୁର,୧୧/୮ : ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜିଲ୍ଲାର ଦୁଇ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ନିରଞ୍ଜନ ପୁଝାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ଏହି ସଭାରେ ସଂଘର ସଭାପତି ସର୍ବେଶ୍ବର ପୁରୋହିତ ଅଧ୍ୟକ୍ଷତା କରିଥିଲେ । ଏଥିରେ ସୁବର୍ଣ୍ଣପୁର ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଉଠିଥିଲା ଓ ଏନେଇ ଏକ ଦାବି ପତ୍ର ଉଭୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ୨୦୧୩ ରେ କେନ୍ଦ୍ର ସରକାର ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବିଚାରପତିଙ୍କ ସଂଖ୍ୟା, ବ୍ୟୟ ଅଟକଳ ଆଦି ସମ୍ପକୟଙ୍କର ବିବରଣୀ ସହ ସ୍ଥାନ ନିରୂ ଣ କରି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଭୌଗୋଳିକ ଦୃଷ୍ଟିକୋଣରୁ ପଶ୍ଚିମ ଓଡିଶାର ମଧ୍ୟସ୍ଥଳରେ ସୁବର୍ଣ୍ଣପୁର ଜିଲ୍ଲା ରହିବା ସହ ଗମନାଗମନ ଦୃଷ୍ଟିରୁ ଅନ୍ୟ ଜିଲ୍ଲା ମାନଙ୍କ ଠାରୁ ଏହାହିଁ ପ୍ରକୃଷ୍ଟ ସ୍ଥାନ । ଏଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ପର୍ଯ୍ୟାପ୍ତ ପରିମାଣର ଜମି ରହିବା ସହ ଆବଶ୍ୟକ ଭିତ୍ତିଭୂମୀ ମଧ୍ୟ ରହିଛି । ଓଡିଶାର ଅନ୍ୟ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାନ, ମେଡିକାଲ କଲେଜ, ବୈଷୟିକ ପ୍ରତିଷ୍ଠାନ ଆଦି ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ସେଭଳି କୌଣସି ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇ ପାରିନାହିଁ । ଏହି ଜିଲ୍ଲା ଅନେକ ବିଚକ୍ଷଣ ଆଇନଜୀବୀ ସୃଷ୍ଟି କରିବା ସହ ଏବେବି ଜିଲ୍ଲାର ଅନେକ ପ୍ରତିଭା ରାଜ୍ୟର ବିଚାର ବିଭାଗରେ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ତେଣୁ ସୁବର୍ଣ୍ଣପୁର ରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବାକୁ ଜିଲା ଓକିଲ ସଂଘ ସଭାପତି ଲିଖିତ ଭାବେ ଦାବି କରିଥିଲେ । ରାଜ୍ୟ ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ହାଇକୋର୍ଟ ବେଞ୍ଚ ପାଇଁ ସ୍ଥାନ ନିରୂପଣ ସମ୍ପର୍କିତ କୌଣସି ସୁଯୋଗ ମିଳିଲେ ସେ ନିଶ୍ଚିତ ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରସ୍ତାବ ଉପସ୍ଥାପନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜିଲ୍ଲା ଓକିଲ ସଂଘର ନିଷ୍ପତ୍ତି ତାଙ୍କ ନିଷ୍ପତ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହା ସହିତ ଜିଲାର ବିକାଶରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ
ଦେଇଥିଲେ । ଆଇନଜୀବୀ ଶ୍ୟାମା ଓଁ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶେଷରେ ସଂଘ ସମ୍ପାଦକ ଗଦାଧର ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିନିକା ଓକିଲ ସଂଘର ସୁଧାଂଶୁ ଦାସ, ପଞ୍ଚାନନ ଦନ୍ତା, ହରିବଂଶ ମେହେର, ରବିନ୍ଦ୍ର କୁମ୍ଭାର, ବୀରମହାରାଜପୁର ଓକିଲ ସଂଘର ରାଧାକାନ୍ତ ମହାକୁଡ, ସନ୍ତୋଷ ଚାନ୍ଦ, ଛବିଳ କର୍ଣ୍ଣ, ରାମପୁର ଓକିଲ ସଂଘର ପ୍ରଫୁଲ୍ଲ ମେହେର, ନାରାୟଣ ଭୋଇ, ତରଭା ଓକିଲ ସଂଘର ଅକ୍ଷୟ ବାଗ, ସଞ୍ଜିତ ସାହୁ, ଡୁଙ୍ଗୁରିପାଲି ଓକିଲ ସଂଘର ସୁବାସ ରଣା ପ୍ରମୁଖଙ୍କ ସହ ଜିଲା ଓକିଲ ସଂଘର ଇନ୍ଦ୍ରମଣୀ ଦାସ, ଦଶରଥ ମାହାଣା, ବ୍ୟୋମକେଶ ଦାସ, ପ୍ରମୋଦ ମହାପାତ୍ର, କଇଁରୁ ସ୍ୱାଇଁ, ପ୍ରକାଶ ମିଶ୍ର, ଚମ୍ପକେଶ୍ବର ଥନାପତି, ଆଦିକନ୍ଦ ମହାକୁଡ, ସନ୍ତୋଷ ମେହେର, ଭଗବତୀ ପ୍ରସାଦ ମିଶ୍ର, ସିତାରାମ ପ୍ରସାଦ ମିଶ୍ର, ବାବୁଲାଲ ଦାସ, ସତ୍ୟନାରାୟଣ ମିଶ୍ର, ରାମଶଙ୍କର ମେହେର, , ଉପାନନ୍ଦ ପୁରୋହିତ, ବିିନ ବିହାରୀ ବିଦ୍ୟାଧର, ହିମାଂଶୁ ଭୂଷଣ ନାୟକ, ମଧୁସୂଦନ ପ୍ରଧାନ, ଗୋପାଳକୃଷ୍ଣ ମିଶ୍ର, ଅଟଳ ବିହାରୀ ମହାପାତ୍ର, ଅଦ୍ୱେତ ପଣ୍ଡା, ପ୍ରତାପ ପୁରୋହିତ, ଶିବନାରାୟଣ ମହାପାତ୍ର, ସ୍ୱାଧୀନ ମେହେର, ପର୍ଶୁରାମ ମିଶ୍ର, ହଳଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
https://facebook.com/odiabarta

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.