ଗୁରୁଦିବସରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତ ବୈଠକ

ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଈଶାଣୀବ୍ରହ୍ମପୁର ଗ୍ରାମର ରାଧା ମାଧବ ନିଶୁଳ୍କ ଶିକ୍ଷା ନିକେତକ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆସନ୍ତା ସେପ୍ଟେମ୍ବର ୦୫ ତାରିଖ ଶୁକ୍ରବାର ଦିନ ସକାଳ ୯ ଟା ସମୟରେ ଅନୁଷ୍ଠିତ ହେବ। ରାଧା ମାଧବ ନିଶୁଳ୍କ ଶିକ୍ଷା ନିକେତନ ଓ ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ହେବେକୁ ଥିବା ଏହି ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ଧରଣୀଧର ସେଠୀ ଓ ଜଗନ୍ନାଥ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମାଜସେବୀ ସରିତ ମହାପାତ୍ର, ବେଣୁଧର ସ୍ୱାଇଁ, ପ୍ରଦ୍ୟୁମ୍ନ ଜେନା, କେଶବ ବେହେରା, ରବୀନ୍ଦ୍ର ନାଥ ଆଚାର୍ଯ୍ୟ, ଶୁଭଙ୍କର ସେଠୀ, ରାଜେଶ ମହାରଣା, ସ୍ଵାତି ସାଗରୀକା ସ୍ୱାଇଁ, ଆଶ୍ୱାସିନୀ ସେଠୀ ପ୍ରମୁଖ ଯୋଗ ଦେଇ  ଶିବିରର ସଫଳତା ପାଇଁ ଆଲୋଚନା କରିଥିଲେ। ମହିଳା ମାନଙ୍କୁ ସଚେତନ କରିବା ସହ କେମିତି ଆସିକି ରକ୍ତଦାନ କରିବେ ସେଥି ପାଇଁ ଅନୁଷ୍ଠାନ ତରଫରୁ ଘର ଘର ବୁଲି କୁହାଯିବ ବୋଲି ସମାଜସେବୀ ସରିତ ମହାପାତ୍ର କହିଥିଲେ।ଶିବିରକୁ ନେଇ ଅଧିକା ଜାଣିବାକୁ ହେଲେ ମୋବାଇଲ ନମ୍ବର – 7077842793, 8249059616, 7846932291 ରେ ଯୋଗାଯୋଗ କରାଯାଇ ପାରିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.