ଡଙ୍ଗରପଡ଼ା କ୍ଲଷ୍ଟରର ତୃତୀୟ ମାସିକ ବୈଠକ

ଓଡ଼ିଆ ବାର୍ତ୍ତା/ ଭୂତିଆରବାହାଲ (ପଞ୍ଚାନନ ଭୋଇ): ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଲଷ୍ଟରସ୍ତରୀୟ ବୈଠକ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଲାସପୁର ଠାରେ ପ୍ରଧାନ ଶିକ୍ଷକ ନିକୁଞ୍ଜ ବିହାରୀ ହରପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

ଏହି ବୈଠକରେ ପ୍ରଶିକ୍ଷକ ଭାବେ ସିଆରସିସି ସତ୍ୟନାରାୟଣ ସେନାପତି ଯୋଗ ଦେଇ ସେପ୍ଟେମ୍ବର ମାସର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ। 

ଏହି କ୍ଲଷ୍ଟରର ୮ଟି ବିଦ୍ୟାଳୟ ମଧ୍ୟରୁ ୭ ଜଣ ପ୍ରଧାନ ଶିକ୍ଷକ ଏବଂ ୭ ଜଣ ଏଫଏଲଏନ ଶିକ୍ଷକ ଏଥିରେ ଅଂଶଗ୍ରହଣ କରିଥିଲେ। 

ଏହି ଅବସରରେ ଶିକ୍ଷୟତ୍ରୀ ବିଶ୍ୱଲିତା ପ୍ରିୟଦର୍ଶିନୀ ଏବଂ ଶିକ୍ଷୟତ୍ରୀ ଊର୍ମିଳା ଖୁଜୁର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) ଉପରେ ଆଦର୍ଶ ଶିକ୍ଷାଦାନ ପ୍ରଦର୍ଶନ କରିଥିଲେ। 

ଶେଷରେ ଶିକ୍ଷୟତ୍ରୀ ସ୍ୱର୍ଣ୍ଣପ୍ରଭା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.