ନାବାଳିକାକୁ କାର୍‌ ଭିତରେ ବଳାତ୍କାର ଅଭିଯୋଗ: ଘଟଣା ପରେ ଅଭିଯୁକ୍ତ ଫେରାର

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣାକୁ ଗୁରୁତର ଭାବେ ନେଇ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣା ପରେ ଅଭିଯୁକ୍ତ ଫେରାର ରହିଥିବା ପୋଲିସ କହିଛି। ପ୍ରକାଶ ଯେ, ନାବାଳିକା ଜଣକ ଗତ ଅଗଷ୍ଟ ୩୧ରେ ନିଜ ବଡ଼ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ। ତେବେ ଶୁକ୍ରବାର ସନ୍ଧ୍ୟାରେ ଭଉଣୀ ଘରଠାରୁ କିଛି ଦୂରରେ ଗଣେଶ ମୂର୍ତ୍ତି ଭସାଣି ପାଇଁ ବିରାଟ ଶୋଭାଯାତ୍ରା ହେଉଥିଲା। ତାହା ଦେଖିବା ପାଇଁ ଭଉଣୀ ସେଠାକୁ ଯାଇଥିଲେ। ଏହି ସମୟରେ ଶୋଭାଯାତ୍ରା ଓ ଭସାଣି ସରିବା ପରେ ନାବାଳିକା ଜଣକ ତାଙ୍କ ଡ୍ରେସ୍‌ ଜ୍ୟାକେଟ୍‌ ଜଣଙ୍କ ଘରେ ରଖିଥିଲେ। ସେ ପ୍ରସାଦ ଖାଇ ସେଠାକୁ ଯାଇ ନିଜ ଜ୍ୟାକେଟ୍‌ଟି ନେଇ ଆସୁଥିବା ବେଳେ ଜଣେ ବିବାହିତ ଯୁବକ କାର୍‌ରେ ଆସି ନାବାଳିକାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଦାରିଙ୍ଗବାଡ଼ି ସହର ବାହାରେ କାର୍‌ ଭିତରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ବଳାତ୍କାର କରିଥିବା ଯୁବକ ଜଣକ କାରର ଡୋର୍‌ ଖୋଲିବା ଦେଖି ନାବାଳିକା ଜଣକ ଚିତ୍କାର କରି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ିି ପୁଣି କାର୍‌ ନିକଟକୁ ନେଇ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ନାବାଳିକା ଜଣକ ଗୁରୁତର ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ପୋଲିସ ଏହି ମାମଲାରେ କାହାରିକୁ ଗିରଫ କରିପାରିନାହିଁ। ଅଭିଯୁକ୍ତ ଫେରାର ଥିବା କୁହାଯାଇଛି। ଘଟଣା ପରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବାକୁ ଦୃଢ଼ ଦାବି ହେଉଛି। ଏଥିସହିତ ମହିଳାମାନଙ୍କ ସୁରକ୍ଷାକୁ ପୋଲିସ ଗୁରୁତ୍ୱ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.