ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଏମ.ଏସ ମେଡେସ୍କ ମଲ୍ଟି ସ୍ପେସିଆଲ ଡାକ୍ତରଖାନା ତରଫରୁ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ କାଲି ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ୧୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଣଶୈକ୍ଷିକ କର୍ମଚାରୀ ଡ. ପ୍ରିୟଦର୍ଶିନୀ ପ୍ରଧାନ ଓ ବେସଲିନ ସେନାପତିଙ୍କ ତତ୍ତ୍ୱାବଧାନରେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷଣ କରାଇଥିଲେ । ଅଧ୍ୟକ୍ଷ ଶେଷଦେଵ ମୁଣ୍ଡ, ଉପାଧ୍ୟକ୍ଷ ଅଶୋକ କୁମାର ସାହୁ, ମୁଖ୍ୟ ଶିକ୍ଷା ସଂଯୋଜକ ଅଞ୍ଜନ କୁମାର ରଣା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା ପ୍ରମୁଖ ଉକ୍ତ ଶିବିରରେ ସହଯୋଗ କରିଥିଲେ ।