ଆରମ୍ଭ ହେଲା ବିଶ୍ବନାଥପୁର ଦୁର୍ଗାପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଦୁର୍ଗାପୂଜା ପାଇଁ ରବିବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ଜଗଦୀଶ ବେନିଆଙ୍କ ନେତୃତ୍ୱରେ ଶିବ ମନ୍ଦିର ନାଳରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶହ ଶହ ମହିଳା କଳସରେ ଜଳ ନେଇ ମଣ୍ଡପରେ ସ୍ଥାପନ କରିଥିଲେ। ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ ବିଶ୍ବନାଥପୁର ଶାରଦୀୟ ଦୁର୍ଗାପୂଜା ପାଞ୍ଚ ଦିନ ଧରି ପାଳିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ  ପୂଜା ଆରମ୍ଭ ହୋଇଛି।  ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା କର୍ତ୍ତା ଭାବରେ ପ୍ରଦୀପ ଘଡ଼େଇ ଓ ତାଙ୍କ ଧର୍ମପନ୍ଥୀ ଲକ୍ଷ୍ମୀ ଘଡ଼େଇ ଦାଇତ୍ବ ତୁଲାଉଛନ୍ତି। ପୂଜକ କୈଳାସ ଦାସ, କାଳିଆ ଦାସ, ରୁନୁ ପାଢ଼ୀ, ନିରୋଜ ଦାସ ପ୍ରମୁଖ ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି। କଳସ ଯାତ୍ରାରେ ଘଣ୍ଟ ବାଦ୍ୟ, ହରିହରପୁର ସଂକୀର୍ତ୍ତନ ମଣ୍ଡଳୀ, ମାଁ ହିରାନୀଳା ବ୍ୟାଣ୍ଡ ପାର୍ଟି, ସିତାପୁର ଘୁମୁରା ପରିବେଶିତ ହୋଇଥିଲା। ମଣ୍ଡପରେ କଳସ ସ୍ଥାପନ ପରେ ମାଙ୍କ ଅଧିବାସ ଓ ବେଳବରଣ ପର୍ବ ଅନୁଷ୍ଠିତ ହୋଇଥିଲା। କମିଟିର ଉପସଭାପତି ହରିହର କୁମାର, ସମ୍ପାଦକ ଅନନ୍ତ ପ୍ରଧାନୀ, ସହସମ୍ପାଦକ କିଶୋର ହରପାଳ, କୋଷାଧ୍ୟକ୍ଷ ସୁବାସ ନାଏକ, ସହ କୋଷାଧ୍ୟକ୍ଷ ଜିତୁ ସାହୁ, ଉପଦେଷ୍ଟା ତରୁଣ କୁମାର ଦାସ, ଧବଳେଶ୍ବର ଠେଲା, ମନୋରଞ୍ଜନ ବିଶି, ବଳରାମ ବେହେରା, ଅଚ୍ୟୁତ ଘଡେ଼ଇ, ଘନଶ୍ୟାମ ସୁନାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏବଂ ଯୁବଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।  ଦର୍ଶକଙ୍କ ପାଇଁ ରାତିରେ ମନୋରଞ୍ଜନର କାର୍ଯ୍ୟକ୍ରମ ରହିଥ‌ିବା କମିଟି ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.