ଚମ୍ପାଦେଇପୁର କ୍ଳଷ୍ଟରସ୍ତରୀୟ ସୁରଭି ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପାଦେଇପୁର କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯୋଡାବନ୍ଧ ଠାରେ କ୍ଲଷ୍ଟର ସୁରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଚମ୍ପାଦେଇପୁର କ୍ଲଷ୍ଟର ସଂଯୋଜକ ସୌଭାଗ୍ୟ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ,ସମ୍ମାନିତ ଅତିଥି ଭାବେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, କ୍ଲଷ୍ଟର ସଂଯୋଜକ ଦୁଃଖିଶ୍ୟାମ ବାରିକ, ଗୁଣମଣି ଭୋଇ, ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ, ସନ୍ତୋଷ ତୁଳ ପୂର୍ବତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପଦ୍ମ ଲୋଚନ ସୁନା, ବରିଷ୍ଠ ଶିକ୍ଷକ ଜି ଶଙ୍କର ଦାସ, ଶୋଭାବନ ଛତର ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ କ୍ଳଷ୍ଟର ସଂଯୋଜକ ଶ୍ରୀ ସାହୁଙ୍କ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଥିଲା। ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ଫୁଲଗଛ ଦେଇ ସ୍ବାଗତ କରାଯାଇଥିଲା। ଆୟୋଜିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବର୍ଦ୍ଧନ ମାଝୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ସୁବାଷ ନାୟକ ସଭା ପରିଚାଳନା କରିଥିଲେ। ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏଥିରେ ଶିକ୍ଷକ କାର୍ତ୍ତିକ ସେଠି, ପ୍ରେମରାଜ ନାୟକ, ତିଳୋତ୍ତମା ଦଲେଇ, ଗଣେଶ ଠେଲା, ରତ୍ନାକର ପାତ୍ର, ମହେନ୍ଦ୍ର ପୋଢ଼, ବିଶିକେଶନ ଦୋରା, ରୁନି ସାହୁ, ଜୟଶ୍ରୀ ସ୍ଵାଇଁ, ହରିଶ୍ଚନ୍ଦ୍ର ପ୍ରଧାନୀ, ହରି ଚଣ୍ଡି, ଚନ୍ଦନ ସାହୁ, ଅଶୋକ ଦାସ, ରତିକାନ୍ତ ସେଠି, ନରୋତ୍ତମ ନାଗ, ପୁରନ୍ଦର ନାୟକ, ନିର୍ମଲା କାଟରକା, ସମର ବିଶ୍ଵାଳ, ନୀଳାମ୍ବର ବାଗ, କାର୍ତିକ ଦାସ, ଧୀରେନ୍ଦ୍ର ପ୍ରଧାନଙ୍କ ସମେତ କ୍ଲଷ୍ଟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଲାଞ୍ଜିଗଡ଼ରୋଡ଼ କ୍ଳଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.