ସର୍ଗିଗୁଡା ରେଳବାଇ ଗେଟ ଫାଟକରେ ଓଭର ବ୍ରୀଜ୍ ନିର୍ମାଣ ପ୍ରସଙ୍ଗ : ମୃତ୍ତିକା ପରୀକ୍ଷଣର ଚାରି ବର୍ଷ ପରେ ମଧ୍ୟ ଆରମ୍ଭ ହୋଇପାରିନି କାମ, ବଢିବାରେ ଲାଗିଛି ଟ୍ରାଫିକ ସମସ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଦେଇ ଯାଇଥିବା ଇଷ୍ଟକୋଷ୍ଟ ରେଳବାଇ ବିଭାଗର ଭବାନୀପାଟଣା- ଭୂବନେଶ୍ୱର ରାଜ୍ୟ ରାଜପଥ ଉପରେ ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଠାରେ ଏକ ଲେବଲ କ୍ରସିଂ ଗେଟ୍ ପାଟକ ରହିଛି।ସେହିଭଳି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଠାରେ ମଧ୍ୟ ଭବାନୀପାଟଣା ସମ୍ବଲପୁର ଜାତୀୟ ରାଜ୍ୟ ପଥ ଉପରେ ଲେବଲ କ୍ରସିଂ ଗେଟ୍ ଫାଟକ ରହିଛି। ଏମିତିରେ ତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡରୋଡ ଠାରୁ କେସିଙ୍ଗା ମଧ୍ୟରେ ୧୦ ରୁ ଉର୍ଦ୍ଧ୍ବ
ଲେବୁଲ କ୍ରସିଂ ଫାଟକ ରହିଛି। ହେଲେ ବ୍ୟସ୍ତ ବହୁଳ ଓ ପତ୍ୟହ ଟ୍ରାଫିକ ସମସ୍ୟା ସଷ୍ଟି କରୁଥିବା ଭଳି ବ୍ୟସ୍ତ ବହୁଳ ରେଳବାଇ ଲେବଲକ୍ରସିଂ ଗେଟ୍ ଉପରୋକ୍ତ ଦୁଇଟି ସ୍ଥାନରେ ରହିଛି। ୧୫ ବର୍ଷ ଆଗରୁ ଗୋଟିଏ ରେଳ ଲାଇନ ଥିଲା ସେତେବେଳେ ଯାହା ଯେମିତି ଚଳି ଯାଉଥିଲା। ଅଧ ଘଣ୍ଟା ରୁ ୪୫ ମିନିଟ୍ ବ୍ୟବଧାନରେ ଗୋଟାଏ ଟ୍ରେନ ଆସୁଥିଲା। ତୃତୀୟ ରେଳ ଲାଇନ ହୋଇ ଟ୍ରେନ ଚଲାଚଳ କରିବା ପରେ ଅବସ୍ଥା ଆହୁରି ସାଙ୍ଘାତିକ ହୋଇ ପଡିଛି। ପ୍ରତି ୧୦ ମିନିଟ ରେ ଥରେ ଗେଟ ପଡ଼ିବା ଫଳରେ ଦୁଇ ପଟେ ଅଧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏସବୁକୁ ଦେଖି ନର୍ଲା ଜନସାଧାରଣ ଦୀର୍ଘ ଦିନରୁ ରାସ୍ତାରେ ଓଭରବ୍ରୀଜ ଦାବୀ କରି ଆସୁଥିଲେ। ମାସକୁ ୧ ଲକ୍ଷ ଗାଡି ରାସ୍ତାରେ ଯିବା ଆସିବା ଯଦି କରୁଛି ତାହେଲେ ଓଭର ବ୍ରୀଜ ନିର୍ମାଣ କରାଯିବ ବୋଲି ରେଳବାଇ ବିଭାଗ ସୂଚନା ଦେଇଥିଲା । ପିଡବ୍ଲୁଡି ବିଭାଗ ଓ କେନ୍ଦ୍ର ସରକାରଙ୍କ ତରଫରୁ ଦୁଇ ଦୁଇ ଥର ରାସ୍ତା ଉପରେ ଯାଉଥିବା ଗାଡି ମୋଟର ଗଣନା କାର୍ଯ୍ୟ ମଧ୍ୟ କରାଯାଇଥିଲା।
ଗତ ଚାରି ବର୍ଷ ତଳେ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭୂବନେଶ୍ୱର ସଏଲ ଟେଷ୍ଟିଂ ଲ୍ୟାବ୍ ରୁ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଲ୍ୟାବ୍ ତରଫରୁ ନର୍ଲା ଲେବଲ କ୍ରସିଂ ଗେଟ୍ ଫାଟକ ଭବାନୀପାଟଣା ଯିବାକୁ ରହିଥିବା ରାସ୍ତାର ବାମ ପାଖରେ ଓ ନର୍ଲା ଦିଗରେ ବୋର୍ ମେସିନ ସାହାଯ୍ୟରେ ୯.୭ ମିଟର ର ଗାତ ଖୋଳି ମାଟି ସଂଗ୍ରହ କରିଥିଲେ। ମାଟିତଳୁ ବାହାରିଥିବା ପଥରଖଣ୍ଡ ଗୁଡିକ ମଧ୍ୟ ସଂଗ୍ରହ କରି ନେଇଥିବା ଦେଖିବାକୁ ମିଳିଥିଲା। ଲେବ୍ ଟେକ୍ନିସିଆସନ ଙ୍କୁ ଏସବୁ ବିଷୟରେ ପଚାରି ବୁଝିବାରୁ ଏଠାକାର ମାଟିତଳେ ୭ ମିଟର ଯାଏଁ ମାଟି ରହିଥିବା ବେଳେ ତାପରେ ଛୋଟ ଛୋଟ ପଥରଖଣ୍ଡ ସବୁ ବାହାରୁଛି । ଆମେ ମାଟି ପରୀକ୍ଷା କଲା ପରେ ବିଭାଗ କୁ ରିପୋର୍ଟ ପ୍ରଦାନ କରିବୁ । କେବଳ ନର୍ଲା ନୁହଁ। ନର୍ଲା ସମେତ କଣ୍ଟାବାଞ୍ଜି ଓ ଖରିଆର ଲେବଲ କ୍ରସିଂ ନିକଟସ୍ଥ ରାସ୍ତା କଡର ମାଟି କାଢିକି ଆମେ ନେଇଯାଉଛୁ। ପରୀକ୍ଷା ପରେ ବିଭାଗ କୁ ରିପୋର୍ଟ ପ୍ରଦାନ କରିବୁ ବୋଲି ସେ କହିଥିଲେ। ପିଡବ୍ଲୁଡି ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ ରେଳବାଇ ବିଭାଗକୁ ଚାରି ତଳେ ବର୍ଷ ମାଟି ପରୀକ୍ଷଣର ରିପୋର୍ଟ ପ୍ରଦାନ କରାଯାଇ ସାରିଥିବା ବେଳେ ଓଭରବ୍ରୀଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରୀୟା ମଧ୍ୟ ସରିଯାଇଥିବା ସୂଚନାରୁ ଜଣାପଡିଛି। ହେଲେ ସର୍ଗିଗୁଡା ଲେବୁଲ କ୍ରସିଂ ଫାଟକରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଥିବାରୁ ଓଭର ବ୍ରୀଜ ନିର୍ମାଣ କାର୍ଯ୍ୟ ଆରମ୍ଭରେ ବିଳମ୍ବକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.