ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ର ବଙ୍କେଲ ଲେବୁଲ କ୍ରସିଂ ରେଳ ଟ୍ରାକରେ ଜଣେ ଅଜଣା ବ୍ୟକ୍ତି ଟ୍ରେନରେ କଟିଯାଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକର ଶବ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିବାରୁ ବ୍ୟକ୍ତି ଜଣଙ୍କୁ ଚିହ୍ନିବା ମୁସ୍କିଲ ହୋଇ ପଡ଼ିଛି। ସକାଳ ୯ ଟା ସମୟରେ ବ୍ୟକ୍ତି ଜଣକର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ରେଳବାଇ ପୋଲିସ ଖବର ଲେଖା ହେବା ଯାଏଁ ଘଟଣା ସ୍ଥଳକୁ ଆସି ନଥିବା ଖବର ରୁ ଜଣାପଡ଼ିଛି। ପୋଲିସ ଆସିବା ପରେ ବ୍ୟକ୍ତି ଜଣକର ପରିଚୟ ମିଳିପାରେ ବୋଲି ଲୋକେ ଆଲୋଚନା କରୁଛନ୍ତି।





